ଦିଲ୍ଲୀରେ ସଡକ ଦୁର୍ଘଟଣା , ଜଣେ ମୃତ

ଦିଲ୍ଲୀ ଗାଜିପୁରରେ ସଡକ ଦୁର୍ଘଟଣା। ରାସ୍ତାରେ ଯାଉଥିବା ଲୋକଙ୍କୁ ଧକ୍କା ଦେଲା ଦ୍ରୁତ ଗତିରେ ଆସୁଥିବା କାର୍। ଦିଲ୍ଲୀରେ ହିଟ୍ ଆଣ୍ଡ ରନ୍ ମାମଲାରେ ଜଣେ ୨୨ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାରେ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।ଦୁର୍ଘଟଣାର ଭିଡିଓ ସିସିଟିଭିରେ କଏଦ ହୋଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।