ସାଇକେଲ ପାଇଁ ହେଉଛି ପଥ ପରିଷ୍କାର

ସାଇକେଲ ପାଇଁ ହେଉଛି ପଥ ପରିଷ୍କାର

ଭୁବନେଶ୍ୱର: ଗତ ଶୁକ୍ରବାର ସାଇକେଲଗିରି ଶୁଭାରମ୍ଭ ପରେ ଆଜି ଠାରୁ ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ। ପ୍ରଥମ ଦିନରେ ଜବରଦଖଲକାରୀଙ୍କ ଠାରୁ ୫ ହଜାର ଜରିମାନା ଆଦାୟ କରାଯାଇଛି। ସାଇକେଲର ଲୋକପ୍ରିୟତା ବୃଦ୍ଧି କରିବା ସହ ସାଇକେଲ ଟ୍ରାକକୁ ଜବରଦଖଲ ମୁକ୍ତ କରିବାକୁ ବିଏମସି ଲକ୍ଷ୍ୟ ରଖିଛି। ପ୍ରଥମ ଦିନରେ ଶିଶୁଭବନ ଛକ, ପିଏମଜି, ୟୁନିଟ ୧ ଚତୁଃପାର୍ଶ୍ଵ ଜବରଦଖଲ ଉଚ୍ଛେଦ କରାଯାଇଛି। ସାଇକେଲ ଟ୍ରାକରେ ପାର୍କିଂ କି ଉଠା ଦୋକାନୀ ବ୍ୟବସାୟ ନ କରିବାକୁ ପରାମର୍ଶ ଦିଆଯାଇଛି। ପ୍ରଥମେ ସଚେତନ କରାଯାଇଛି। ନ ମାନିଲେ ପରବର୍ତ୍ତୀ ସମୟରେ ଜୋରଦାର ଜୋରିମାନା ଆଦାୟ ହେବ ବୋଲି ବିଏମସି କହିଛି। ପ୍ରତି ଶୁକ୍ରବାର ଏଭଳି ସାଇକେଲ ଟ୍ରାକରୁ ଜବରଦଖଲ ଉଚ୍ଛେଦ କରାଯିବ। ଏନେଇ ଭୁବନେଶ୍ୱରର ତିନୋଟି ଜୋନ ପାଇଁ ୬ ଟି ଏନ୍ଫୋର୍ସମେଣ୍ଟ ଟିମ କରାଯାଇଛି।