୫୦ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗର ଜବତ

୫୦ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗର ଜବତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଧଳା ଜହରର କାରବାର ବଢ଼ି ଚାଲିଛି । ଆଜି ରାଜଧାନୀ ଭୁବନେଶ୍ୱରରୁ ୫୭୫ ଗ୍ରାମ୍ ବ୍ରାଉନ୍ ସୁଗର ଜବତ ହୋଇଛି । ଜବତ ବ୍ରାଉନ୍ ସୁଗରର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି । କମିଶନରେଟ୍ ପୋଲିସର କ୍ୱିକ୍ ଆକ୍ସନ୍ ଟିମ୍ ଓ ବରଗଡ଼ ଥାନା ପୋଲିସର ମିଳିତ ଚଢ଼ାଉରେ ଏହି ସଫଳତା ମିଳିଛି ।ବିଟୁ ଖାନା ନାମକ ଜଣେ ଯୁବକଠାରୁ ଏହି ସାମଗ୍ରୀ ଜବତ କରାଯିବା ସହ ତାକୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଏହି ଧଳା ଜହରର ଚେର ଭୁବନେଶ୍ୱରରୁ ବାଲେଶ୍ୱର ପର୍ଯ୍ୟନ୍ତ ଲମ୍ବିଥିବା କମିଶନରେଟ୍ ପୋଲିସ ଜାଣିପାରିଛି । ତେବେ ଏହି ସ୍କାମରେ ଅନ୍ୟ କେଉଁମାନଙ୍କର ହାତ ରହିଛି, ସେନେଇ ପୋଲିସ ତନାଘନା କରୁଥିବା ଜଣାପଡ଼ିଛି ।