ବିମାନବନ୍ଦରରେ ଯାତ୍ରୀ ଓହ୍ଲାଇଲେ RT-PCR ବାଧ୍ୟତାମୂଳକ

ବିମାନବନ୍ଦରରେ ଯାତ୍ରୀ ଓହ୍ଲାଇଲେ RT-PCR ବାଧ୍ୟତାମୂଳକ

ଭୁବନେଶ୍ୱର,୧୭/: ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ସୋମବାର ଏହାର କୋଭିଡ ଗାଇଡଲାଇନ ନିର୍ଦ୍ଦେଶାବଳୀରେ ଏକ ବଡ଼ ସଂଶୋଧନ କରିଛି ନୂତନ ନିୟମ ଅନୁସାରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଯାତ୍ରୀ ଓହ୍ଲାଇଲେ ଆରଟିପିସିଆର୍ ଟେଷ୍ଟ କରାଯିବାକୁ ବାଧ୍ୟତାମୂଳକ କରାଯାଇଛି ସୂଚନା ଅନୁସାରେ ବାହାରୁ ଆସୁଥିବା ଯାତ୍ରୀମାନଙ୍କ ଆରଟିପିସିଆର ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ କରିଛି ବିଏମ୍ସି ସମସ୍ତ ଯାତ୍ରୀଙ୍କ ସବିଶେଷ ଠିକଣା ମଧ୍ୟ ସଂଗ୍ରହ କରିବ ଆବଶ୍ୟକ ପଡ଼ିଲେ ପରବର୍ତ୍ତୀ ସମୟରେ କୌଣସି ଯାତ୍ରୀଙ୍କୁ ଟ୍ରେସିଂ ମଧ୍ୟ କରାଯିବା ଭଳି ରେକର୍ଡ ସଂରକ୍ଷିତ ରଖାଯିବ ବୋଲି ସୂଚନା ମିଳିଛି କରୋନା ସଂକ୍ରମଣ ବ୍ୟାପିବା ବଢ଼ୁଥିବା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ବିଏମସିର ଏହି ସଂଶୋଧିତ ଗାଇଡଲାଇନ ତୁରନ୍ତ ଲାଗୁ କରାଯିବ ଏଥିପପାଇଁ ବିଏମସି ଏବଂ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଦୁଇଟି ଟିମ ବିମାନବନ୍ଦରରେ ନିୟୋଜିତ କରାଯାଇଛି ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ବିମାନ ବନ୍ଦରରୁ ବାହାରକୁ ଯାଉଥିବା ଯାତ୍ରୀଙ୍କ ପାଇଁ ବିଏମସି କୋଭିଡ୧୯ ରିପୋର୍ଟ ନେଗେଟିଭ ବାଧ୍ୟତାମୂଳକ କରିଥିଲା