୨୪ ଓ ୨୬ ଅକ୍ଟୋବରରେ ଆରଟିଓ ଗୁଡିକ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଖୋଲା ରହିବ

୨୪ ଓ ୨୬ ଅକ୍ଟୋବରରେ ଆରଟିଓ ଗୁଡିକ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଖୋଲା ରହିବ

ଭୁବନେଶ୍ୱର: ଆସନ୍ତା ୨୪ ଓ ୨୬ ତାରିଖ ଦଶହରା ଛୁଟି ଥିଲେ ବି ରାଜ୍ୟରେ ଖୋଲା ରହିବ ଆରଟିଓ। ପୂରା ଦିନ ନୁହେଁ, ଦୁଇ ଘଣ୍ଟା ପାଇଁ ଖୋଲା ରହିବ। କେବଳ ନୂଆ ଗାଡ଼ି ପଞ୍ଜିକରଣ ପାଇଁ ଦୁଇ ଘଣ୍ଟା ଆଞ୍ଚଳିକ ପରିବହନ ଅଫିସ ଖୋଲା ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପରିବହନ କମିଶନର।