ନବରଙ୍ଗପୁରରେ ରୁବେଲା ଭୂତାଣୁ ଆକ୍ରାନ୍ତ ଚିହ୍ନଟ

ବରଙ୍ଗପୁରରେ ଦୁଇ ରୁବେଲା ଭୂତାଣୁ ଆକ୍ରାନ୍ତ ଚିହ୍ନଟ । ଗତ ୨୪ ତାରିଖରେ ନନ୍ଦାହାଣ୍ଡି ବ୍ଲକ ପଡାଲଗୁଡାର ୫ଜଣ ଶିଶୁଙ୍କ ରକ୍ତନମୁନା ଭୁବନେଶ୍ୱର ଆରଏମଆରସି ପରୀକ୍ଷାଗାରକୁ ପଠାଯାଇଥିଲା । ସେଥିମଧ୍ୟରୁ ଦୁଇ ଶିଶୁଙ୍କ ରକ୍ତରେ ରୁବେଲା ଭାଇରସ ଚିହ୍ନଟ ହୋଇଛି । ଏହି ରିପୋର୍ଟ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ସ୍ଥିତିର ଅନୁଧ୍ୟାନ କରୁଛନ୍ତି । ଏହା ଏକ ଭୂତାଣୁ ଜନିତ ରୋଗ ଏବଂ ଏହା ବାୟୁ ଦ୍ୱାରା ସଂକ୍ରମିତ ହୋଇଥାଏ । ତେଣୁ ରୋଗୀମାନଙ୍କୁ ଆଇସୋଲେସନରେ ରହିବା ପାଇଁ ପରାମର୍ଶ ଦିଆଯାଉଛି । ଏହାସହ ରୋଗର ନିରାକରଣ ପାଇଁ ସ୍ବାସ୍ଥ୍ୟ କର୍ମୀଙ୍କ ସହ ଯୋଗାଯୋଗରେ ରହିବା ପାଇଁ କୁହାଯାଇଛି ।