ଦିଲ୍ଲୀକୁ ଟିକା ଯୋଗାଇବ ରୁଷୀୟା: କେଜ୍ରିୱାଲ୍

ଦିଲ୍ଲୀକୁ ଟିକା ଯୋଗାଇବ ରୁଷୀୟା: କେଜ୍ରିୱାଲ୍

ଦିଲ୍ଲୀକୁ ଟିକା ଯୋଗାଇ ଦେବା ପାଇଁ ରୁଷୀୟ ଟିକାସ୍ପୁଟ୍ନିକ୍ଭି ନିର୍ମାତା ରାଜି ହୋଇଛନ୍ତି, କିନ୍ତୁ ଟିକାର ପରିମାଣ ସମ୍ବନ୍ଧରେ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇ ନାହିଁ ବୋଲି ବୁଧବାର ଦିନ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍କହିଛନ୍ତି ଦ୍ବାରକାସ୍ଥିତଭେଗାସ୍ମଲ୍‌’ରେ ଦିଲ୍ଲୀର ପ୍ରଥମଡ୍ରାଇଭ୍-‌ଥ୍ରୁ ଭ୍ୟାକ୍ସିନେସନ୍ ସେଣ୍ଟର୍ ଶୁଭ ଉଦ୍ଘାଟନ କରି ସେ ମଧ୍ୟ କହିଥିଲେ ଯେ, ‘ମଡର୍ଣ୍ଣାଏବଂଫାଇଜର୍‌’ ନିର୍ମିତ ଟିକା ପିଲାମାନଙ୍କ ପାଇଁ ଉତ୍ତମ ପିଲାମାନଙ୍କୁ ଟିକା ଦେବା ନିମନ୍ତେ କେନ୍ଦ୍ର ସରକାର ସେ ସବୁ ଖରିଦ କରିବା ଉଚିତସେ ଆହୁରି ମଧ୍ୟ କହିଛନ୍ତି ଯେ, ଦିଲ୍ଲୀରେ ୬୨୦ ବ୍ଲାକ୍ ଫଙ୍ଗସ୍‌’ ବା ମ୍ୟୁକୋରମାଇକୋସିସ୍ ସଂକ୍ରମଣ ମାମଲା ରେକର୍ଡ କରାଯାଇଛି। କିନ୍ତୁ, ଏହି ବେମାରୀର ଚିକିତ୍ସା ନିମନ୍ତେ ଆବଶ୍ୟକ ଇଞ୍ଜେକ୍ସନ୍ ଆମ୍ଫୋଟେରିସିନ୍ବି ଅଭାବ ପଡ଼ିଛି। ତେବେ ସାମ୍ବାଦିକମାନଙ୍କୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ କହିଲେ, ସ୍ପୁଟ୍ନିକ୍ ଭି ନିର୍ମାତାଙ୍କ ସହ ଆଲୋଚନା ଚାଲିଛି। ସେମାନେ ଆମକୁ ଟିକା ଦେବେ, କିନ୍ତୁ, କେତେ ପରିମାଣର ଦେବେ, ତାହା ସ୍ଥିର ହୋଇନାହିଁ।