କଟକ ଜଗତପୁର କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ

କଟକ: କଟକ ସଦଗୁରୁ କୋଭିଡ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ହସ୍ପିଟାଲର ନଥିଲା ଫାୟାର ସେଫ୍ଟି ଲାଇସେନ୍ସ। ଏନେଇ ସୋମବାର ଚିଫ୍ ଫାୟାର ଅଫିସର ସୁକାନ୍ତ ସେଠୀ ସୂଚନା ଦେଇଛନ୍ତି।

ହସ୍ପିଟାଲକୁ ମିଳିନଥିଲା ଫାୟାର ସେଫ୍ଟି ଲାଇସେନ୍ସ। ଲାଇସେନ୍ସ ମିଳିବା ନେଇ ସେମାନଙ୍କର କିଛି ଅସୁବିଧା ରହିଥିଲା। ହସ୍ପିଟାଲକୁ ଲାଇସେନ୍ସ ମିଳିବା ନେଇ ଯାଞ୍ଚ କରାଯାଉଥିଲା ବୋଲି ଚିଫ୍ ଫାୟାର ଅଫିସର ସୁକାନ୍ତ ସେଠୀ କହିଛନ୍ତି।

ଆହାତ ରୋଗୀମାନଙ୍କୁ ୧୫ଟି ଆମ୍ଵୁଲାନ୍ସ ଯୋଗେ ଅଶ୍ଵିନୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଅଗ୍ନିଶମ ବାହିନୀର ତୁରନ୍ତ ପଦକ୍ଷେପ ଯୋଗୁଁ ନିଆଁକୁ ଆୟତ୍ତ କରାଯାଇ ପାରିଥିଲା।