ଏସ ସି ବି ବଡ ମେଡିକାଲ ଓପନ ହାର୍ଟ ସର୍ଜେରୀ ବନ୍ଦ ରହିଛି

ଏସ ସି ବି ବଡ ମେଡିକାଲ ଓପନ ହାର୍ଟ ସର୍ଜେରୀ ବନ୍ଦ ରହିଛି

କଟକ: ଏସ ସି ବି ବଡ ମେଡିକାଲ ଓପନ ହାର୍ଟ ସର୍ଜେରୀ ବନ୍ଦ ରହିଛି । କାର୍ଡିଓଥୋରାସିସ୍ ବିଭାଗରେ ଅକ୍ସୀଜେନ ଲିକ ଯୋଗୁଁ ବନ୍ଦ ରହିଛି ଓପନ ହାର୍ଟ ସର୍ଜେରୀ । ଗତ୨୨ ତାରିଖରୁ ବିଭାଗରେ ଅକ୍ସିଜେନ ଲିକ ଅଳ୍ପ ଅଳ୍ପ ହୋଇଥିଲା । ଗତକାଲି ରାତିରେ ଲିକ ପରିମାଣ ବଢିଥିଲା ।ଯାହାଫଳରେ ସଂଙ୍ଗା ସଂଙ୍ଗେ ସମସ୍ତ ଅସ୍ତ୍ରୋପଚାର ବନ୍ଦ ରଖିଥିଲେ ମେଡିକାଲ କର୍ତ୍ତୂପକ୍ଷ । ଏହା ଦ୍ୱାରା ଦୂର ଦୁରାନ୍ତରୁ ଆସିଥିବା ରୋଗୀ ଙ୍କ ଆଜି ଅପରେସନରୁ ବଞ୍ଚିତ ହୋଇଛନ୍ତି । ଏଥି ପାଇଁ ରୋଗୀଙ୍କ ସଂପର୍କୀୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେପଟେ ଏହି ଅକ୍ସୀଜେନ ଲିକ ଘଟଣାକୁ ସ୍ୱୀକାର କରିଛନ୍ତି ମେଡିକାଲ ର ଜରୁରୀକାଳୀନ ଅଧିକାରୀ । ସେ କହିଛନ୍ତି ଯେ ଅକ୍ସିଜେନ ଗ୍ୟାସ ପ୍ଲାଣ୍ଟ କାମ କରୁଛି। କେବଳ ଏହାର ପ୍ୟାନେଲ ରେ ତୃଟି ରହିଛି। ବୈଷୟିକ ଟିମ ଅନୁଧ୍ୟାନ କରୁଛନ୍ତି । ଦିନେ ଦୁଇ ଦିନ ମଧ୍ୟରେ କାର୍ଯ୍ୟକ୍ଷମ ହୋଇଯିବ। କାହାରିକୁ ସ୍ଥାନାନ୍ତର କରାଯାଇନାହିଁ । ଆବଶ୍ୟକ ପଡିଲେ ଜରୁରୀ ଅପରେସନ କରାଯାଇପାରିବ। ଏଥି ସହିତ ପାଇପ ଫାଟିବା ନେଇ ହେଉଥିବା ଚର୍ଚ୍ଚା କୁ ସେ ଖଣ୍ଡନ କରିଛନ୍ତି ।