ଭୁବନେଶ୍ୱର : ଅନୁସୂଚିତ ଜାତି ଜନଜାତି ଛାତ୍ରଛାତ୍ରୀଙ୍କ ଛାତ୍ରବୃତି କାଟ ପ୍ରସଙ୍ଗ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ। କାହିଁକି ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ମାଟ୍ରିକ୍ ପରବର୍ତ୍ତୀ ବୃତ୍ତି କମାଇଲ ଵୋଲି ପ୍ରଶ୍ନ କଲେ ଯୁବ କଂଗ୍ରେସ ସଭାପତି ସ୍ମୃତି ରଂଜନ ଲେଙ୍କା। କାହିଁକି ଉପନିର୍ବାଚନ ଶେଷ ହେବା ପରେ ଏ ସଙ୍କ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ କଲ ବୋଲି ପ୍ରଶ୍ନ। କରୋନା ମହାମାରୀ ସମୟରେ ଅନୂସୁଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ମାନଙ୍କ ବୃତ୍ତି କମାଇବାର ଅର୍ଥ କଣ ବୋଲି ପ୍ରଶ୍ନ କଲା କଂଗ୍ରେସ। ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ମାନଙ୍କ ମାଟ୍ରିକ୍ ପରବର୍ତ୍ତୀ ବୃତ୍ତି ବି ଟେକ୍ ପାଇଁ ଆଗରୁ ମିଳୁଥିଲା ଷାଠିଏ ହଜାର, ଏବେ ମିଳିବ ପଚିଶ ହଜାର। ଏମ୍. ଟେକ୍ ପାଇଁ ପୂର୍ବରୁ ମିଳୁଥିଲା ୬୬ ହଜାର, ଏବେ ମିଳିବ ପଚିଶ ହଜାର। ସେହିଭଳି ବି ଏମ୍ ଏସ୍ ପାଇଁ ପୂର୍ବରୁ ମିଳୁଥିଲା ଚାଳିଶ ହଜାର, ଏବେ ମିଳିବ ଆଠ ହଜାର ଦୁଇ ଶହ ଟଙ୍କା। ଯୁବ କଂଗ୍ରେସର ଦାବି କମା ଯାଇଥିବା ବୃତ୍ତି ରାଶିକୁ ପୂର୍ବବତ୍ ପ୍ରଦାନ କରାଯାଉ। ନଚେତ୍ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ଯୁବ କଂଗ୍ରେସର ଚେତାବନୀ।
ଛାତ୍ରବୃତି କାଟ ନେଇ କଂଗ୍ରେସର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଲା ବିଜେପି। ମୋଦି ସରକାର ଆସିବା ପରେ ଅନୁସୂଚିତ ଜାତି ଜନଜାତି ଙ୍କ ଅନୁଦାନ ବଢିବା ସହ ସ୍ୱଚ୍ଛତା ଆସିଛି। କଂଗ୍ରେସ ଯେଉଁ ପ୍ରଶ୍ନ ଉଠାଇଛି ସେମାନେ ଶାସନ ରେ ଥିବବେଳେ କେତେ ଟଙ୍କା ଦିଆଯାଇଛି ତାର ହିସାବ ଦିଅନ୍ତୁ ବୋଲି କହିଲେ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ।
ଛାତ୍ରବୃତି କାଟ ନେଇ ପ୍ରତିକ୍ରିୟା ରଖିଲା ଶାସକ ଦଳ। କରନା ପାଇଁ ସବୁ ବିଭାଗର ଅର୍ଥ କାନ୍ତଛାଂଟ ହୋଇଛି। ସ୍ଥିତି ସୁଧୁରିଲେ ସେ ଦିଗରେ ଆଲୋଚନା କରାଯିବ। କହିଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ।