ସ୍କୁଲ ବସ ଓ ଟ୍ରକ ମୁହାଁମୁହିଁ ଧକ୍କା

ସ୍କୁଲ ବସ ଓ ଟ୍ରକ ମୁହାଁମୁହିଁ ଧକ୍କା। ଝାରସୁଗୁଡ଼ା ବେଳପାହାଡ଼ ନିକଟରେ ସ୍କୁଲ ବସ ଏବଂ ଟ୍ରକ ମୁହାଁମୁହିଁ ଧକ୍କା । ୧୦ ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ଜାତୀୟ ରାଜପଥ ୪୯ର ଝାରସୁଗୁଡା- ବେଲପାହାଡ ରାସ୍ତା ତାରିଣୀ ମନ୍ଦିର ନିକଟରେ ଘଟିଛି ଦୁର୍ଘଟଣା । ଆହତଙ୍କୁ ବେଲପାହାଡ଼ର ଏକ ଘରୋଇ ହସ୍ପିଟାଲ ଏବଂ ମଣ୍ଡଳିଆ ସ୍ଥିତ କେନ୍ଦ୍ରୀୟ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।