ଆସନ୍ତା ୧୪ ରେ ନବମ ଓ ଏକାଦଶ ଏବଂ ଫେବୃଆରୀ ପହିଲା ରୁ କେଜି ରୁ ଅଷ୍ଟମ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବ

ଆସନ୍ତା ୧୪ ରେ ନବମ ଓ ଏକାଦଶ ଏବଂ ଫେବୃଆରୀ ପହିଲା ରୁ କେଜି ରୁ ଅଷ୍ଟମ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବ

ଭୁବନେଶ୍ୱର: ଆସନ୍ତା ୧୪ ରେ ନବମ ଓ ଏକାଦଶ ଏବଂ ଫେବୃଆରୀ ପହିଲା ରୁ କେଜି ରୁ ଅଷ୍ଟମ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବା ନେଇ ନିଷ୍ପତ୍ତି ନେଇଛି ଓଡିଶା ଘରୋଇ ସ୍କୁଲ ମାଲିକ ସଂଘ। ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବା ସହ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବା ନିଷ୍ପତ୍ତି କୁ ସ୍ୱାଗତ କରିବା ସହ ୯ମ ଓ ଏକାଦଶ ପର୍ଯ୍ୟନ୍ତ ଖୋଲିବାକୁ ସରକାର ଅନୁମତି ଦେବାକୁ କହିଛନ୍ତି। ଫେବୃଆରୀ ରେ ବି ପରୀକ୍ଷା ହେବ। ୯୦ ପ୍ରତିଶତ ସିଲାବସ ପଢିସାରିଲେଣି ପିଲା। ୭୦ ମାର୍କ ପରୀକ୍ଷା ହେବ। ୩୦ ମାର୍କ ଗ୍ରେସ ମିଳିବ। କେଜିରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କୌଣସି ଛାତ୍ରଛାତ୍ରୀ ଫେଲ ହେବେନାହିଁ ବୋଲି ସଂଘ ସୂଚନା ଦେଇଛନ୍ତି।

ଏହା ବ୍ୟତୀତ ଅଭିଭାବକ ମାନେ ବକେୟା ଫି ଦାଖଲ କରୁନଥିବାରୁ ଘରୋଇ ସ୍କୁଲ ଗୁଡିକ କ୍ଷତି ସହୁଛନ୍ତି। ଏଣୁ ଅଭିଭାବକ ମାନେ ବକେୟା ଫି ଦାଖଲ କରନ୍ତୁ ବୋଲି ଘରୋଇ ସ୍କୁଲ ସଙ୍ଘ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।