ପରଲୋକରେ ସ୍କୁବି ଡୋର ସହ-ନିର୍ମାତା ଜୋ ରୁବି

ପରଲୋକରେ ସ୍କୁବି ଡୋର ସହ-ନିର୍ମାତା ଜୋ ରୁବି

ପିଲାମାନେ ପସନ୍ଦ କରୁଥିବା ସବୁଠାରୁ ଲୋକପ୍ରିୟ କାର୍ଟୁନ ସୋ ସ୍କୁବି ଡୋର ସହ ନିର୍ମାତା ଓ କାର୍ଟୁନ ଚିତ୍ରକର ଜୋ ରୁବିଙ୍କର ପରଲୋକ ହୋଇଯାଇଛି । ଗତ ବୁଧବାର ଓ୍ବେଷ୍ଟଲେକ୍ ଗାଁରେ ତାଙ୍କର ପରଲୋକ ହୋଇଛି।ବିୟୋଗ ବେଳେ ତାଙ୍କୁ ୮୭ବର୍ଷ ବୟସ ହୋଇଥିଲା। ଜୋ ଦୀର୍ଘଦିନରୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରେ ଆକ୍ରାନ୍ତ ଥିଲେ। ସେ ୧୯୩୩ ମସିହା ମାର୍ଚ୍ଚ ୩୦ତାରିଖରେ ଲସଆଞ୍ଜେଲସରେ ଜନ୍ମ ହୋଇଥିଲେ। ସେ ପ୍ରଯୋଜନା କାମ ଆରମ୍ଭ କରିବା ପୂର୍ବରୁ ଓ୍ବାଲ୍ଟ ଡିସନି ପ୍ରଡକ୍ସନରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ।ଜୋ ରୁବି ଜଣେ ଭଳ ଚିତ୍ରକାର ମଧ୍ୟ ।