ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ଘରେ ସିବିଆଇର ଛାନଭିନ୍

ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ଘରେ ସିବିଆଇର ଛାନଭିନ୍

ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ଘରେ ଆଜି ସିବିଆଇ ପକ୍ଷରୁ ରେଡ୍ କରାଯାଇଥିଲା। ସି-ସୋର୍ ଚିଟ୍‌ଫଣ୍ଡ୍ ଲିଙ୍କ୍ ମାମଲାରେ ସିବିଆଇ ପକ୍ଷରୁ ଭୁବନେଶ୍ୱରର ୟୁନିଟ୍‌-୧ ସ୍ଥିତ ତାଙ୍କ ଘରେ ରେଡ୍ କରାଯାଇଥିଲା।

ସିବିଆଇର ଏକ ପାଞ୍ଚ ଜଣିଆ ଟିମ୍ ତାଙ୍କ ବାସଭବନରେ ଘଣ୍ଟାଏରୁ ଅଧିକ ସମୟ ଖୋଳତାଡ଼ କରିବା ପରେ ଫେରିଯାଇଥିଲେ। ସେମାନେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନେଇ ଯାଇଥିବା ଜଣାପଡ଼ିଛି।

ସିବିଆଇ ରେଡ୍ ନେଇ ଦେବୀ ମିଶ୍ର କହିଛନ୍ତି, ସି-ସୋର ମହାନଦୀ ପର୍ଯ୍ୟଟନ ପ୍ରକଳ୍ପ ସଂପର୍କରେ ପଚାରିଲେ। ଯେହେତୁ ମୁଁ ପର୍ଯ୍ୟଟନ ମନ୍ତ୍ରୀ ଥିଲି, ସେ ସଂପର୍କରେ ପଚାରିଲେ। ମନ୍ତ୍ରୀଭାବେ ନିଜସ୍ୱ ନିଷ୍ପତ୍ତି ନଥିଲା, ସବୁ ସରକାରୀ ନିଷ୍ପତ୍ତି ଥିଲା। ଯାହା ଡକ୍ୟୁମେଣ୍ଟ ରହିଛି, ସେସବୁ ପର୍ଯ୍ୟଟନ ବିଭାଗ ପାଖରେ ରହିଛି। ଦେବୀ ମିଶ୍ର ଆହୁରି କହିଛନ୍ତି, ସିବିଆଇକୁ ତଦନ୍ତରେ ଆମେ ସବୁବେଳେ ସହଯୋଗ କରିଆସିଛୁ।