ରାଜଧାନୀ ରେ ଉଦଘାଟନ ହେଲା ଦ୍ବିତୀୟ ଏମ.ସି.ସି

ରାଜଧାନୀ ରେ ଉଦଘାଟନ ହେଲା ଦ୍ବିତୀୟ ଏମ.ସି.ସି

ଭୁବନେଶ୍ୱର: ବିଏମସି ପକ୍ଷରୁ 32 ଏବଂ 33 ନମ୍ବର ୱାର୍ଡ ପାଇଁ ଏମ.ସି.ସି ବା କ୍ଷୁଦ୍ର ଜୈବସାର ପ୍ରକ୍ରିୟାକରଣ କେନ୍ଦ୍ର ଆଜି ଉଦଘାଟନ ହୋଇଛି । ଦକ୍ଷିଣ ପୂର୍ବ ମଣ୍ଡଳ ଅଧିନରେ ଏହା ପ୍ରଥମ ଏମ.ସି.ସି କାର୍ଯ୍ୟକ୍ଷମ ହୋଇଛି। 32 ଓ 33 ନମ୍ବର ୱାର୍ଡ ର ଓଦା ଅଳିଆ ଏଠାରେ ପ୍ରକ୍ରିୟାକରଣ କରାଯାଇ ଖତ ସାର ପ୍ରସ୍ତୁତ ହେବ ।

ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ସାମିଲ ହୋଇ ଘର ଘର ବୁଲି ଅଳିଆ ସଂଗ୍ରହ କରିବା ସହ ପୃଥକି କରଣ କରି କମ୍ପୋଷ୍ଟ କରିବେ। ଅଳିଆ ପଡ଼ିବାର ୪୩ ଦିନ ପରେ ଏଥିରୁ ସାର ବାହାରିବ। ଯାହାକୁ ପରେ ବିଭିନ୍ନ କୃଷି କ୍ଷେତ୍ରରେ ବ୍ୟବହାର କରାଯିବ।