ଭୁବନେଶ୍ୱରରେ ଆଜିଠୁ ୨ୟ ପର୍ଯ୍ୟାୟ ସେରୋ ସର୍ଭେ

ଭୁବନେଶ୍ୱରରେ ଆଜିଠୁ ୨ୟ ପର୍ଯ୍ୟାୟ ସେରୋ ସର୍ଭେ

ଆଜିଠୁ ରାଜଧାନୀରେ  ଦ୍ବିତୀୟ ପର୍ଯ୍ୟାୟ ସେରୋଲୋଜିକାଲ ସର୍ଭେ  ଆରମ୍ଭ ହେବ । ରାଜଧାନୀର ୨୫ଟି ୱାର୍ଡରେ ବୟସ୍କ ଲୋକଙ୍କ ଠାରୁ ରାଣ୍ଡମ ସାମ୍ପୁଲ ସଂଗ୍ରହ କରାଯିବାକୁ ଯୋଜନା ହୋଇଛି । ଦୁଇ ଦିନ ଧରି ଚାଲିବ ଏହି ସେରୋ ସର୍ଭେ । ଏଥିପାଇଁ ୫ ଟି ଟିମ୍ ନିୟୋଜିତ ରହିବେ ।  ପ୍ରାୟ ୧୫ଶହ ଲୋକଙ୍କ ଠାରୁ ସାମ୍ପଲ ସଂଗ୍ରହ କରାଯିବ ।  ରିପୋର୍ଟ ସଂଗ୍ରହ କରାଯାଇ ବିଏମସିକୁ ପ୍ରଦାନ କରାଯିବ । ଏଥିପାଇଁ ଆରଏମଆରସି  ସମସ୍ତ ଟେକନିକାଲ ସପୋର୍ଟ ଯୋଗାଇ ଦେବ ।  ଜୁଲାଇ ମାସରେ ପ୍ରଥମ ଦଫାରେ ହୋଇଥିବା ସେରୋ ସର୍ଭେରେ ୨୫୦୦ ଲୋକଙ୍କର ରକ୍ତ ନମୁନା ସଂଗ୍ରହ ହୋଇଥିଲା । ସେମାନଙ୍କ  ମଧ୍ୟରୁ ୧.୪୨  ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ଜଣା ପଡ଼ଥିଲା । ଏବେ ଯାଏ ଭୁବନେଶ୍ବରରେ  ମୋଟ ୮୬୪୭ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆକ୍ଟିଭ କେସ୍ ୩୪୭୮ ରହିଛି  । ଏହି ସେରୋ ସର୍ଭେରେ ବିଏମସି , ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ।  ବିଏମସି କମିଶନର ପ୍ରେମଚନ୍ଦ୍ର  ଚୌଧୁରୀ , ଆରଏମଆରସି ନିର୍ଦ୍ଦେଶିକା  ଡାକ୍ତର ସଂଘମିତ୍ରା ପତି ସମ୍ପୁର୍ଣ୍ଣ  ସେରୋ ସର୍ଭେର ତଦାରଖ କରିବେ  ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ, ସେରୋ ସର୍ଭେରୁ ବ୍ରହ୍ମପୁର ସହରରେ ୩୧% ଲୋକଙ୍କଠାରେ ଆଣ୍ଟିବଡି ବିକଶିତ କରିଥିବା ଜଣାପଡ଼ିଛି। ପୁନେରେ ଏହା ୪୦% ଥିବାବେଳେ ଅହମ୍ମଦାବାଦରେ ୨୦%, ଦିଲ୍ଲୀରେ ୨୯% ରହିଥିଲା।