ଓକିଲ ନେଲେ ଦ୍ୱିତୀୟ ଟିକା, ୧୮ରୁ ଉର୍ଦ୍ଧ ଓ ପରିବାର ସଦସ୍ୟଙ୍କୁ ଦେବାକୁ ଦାବି

ଓକିଲ ନେଲେ ଦ୍ୱିତୀୟ ଟିକା, ୧୮ରୁ ଉର୍ଦ୍ଧ ଓ ପରିବାର ସଦସ୍ୟଙ୍କୁ ଦେବାକୁ ଦାବି

ଭୁବନେଶ୍ୱର: କଟକ ରୋଡ଼ ଯାତ୍ରୀ ନିବାସଠାରେ ଓକିଲଙ୍କୁ ଦିଆଗଲା କରୋନାର ଦ୍ୱିତୀୟ ଟିକା । ଭୁବନେଶ୍ବର ଓକିଲ ସଂଘ ପକ୍ଷରୁ ତିନିଦିନିଆ ଟିକା କାର୍ଯ୍ୟକ୍ରମରେ ଆଜି ୧୫୦ଜଣଙ୍କୁ ଟିକା ଦିଆଗଲା। ଅପରାହ୍ନ ୩ଟା ପରେ ୪୫ବର୍ଷ ଉର୍ଧ୍ବ ଓକିଲଙ୍କୁ ଏହି ଟିକା ପ୍ରଦାନ କରାଯାଇଥିଲା। ଏଥିରେ ସଂଘର ସଭାପତି ନିର୍ମଳ କୁମାର ରଥ, ସମ୍ପାଦକ ରାଜ୍‌ କିଶୋର ଦାସ, ଉପସଭାପତି ଦେବୀଦତ୍ତ ବାରିକ୍‌, ଯୁଗ୍ମ ସମ୍ପାଦକ ଅଶୋକ ବଡ଼ପଣ୍ଡା, କୋଷାଧ୍ୟକ୍ଷ ଲିଙ୍ଗରାଜ ମହାରଣା, ସହ ସମ୍ପାଦକ ଶିବ ନାରାୟଣ ସାହୁ, କାର୍ଯ୍ୟକାରୀ ସଭ୍ୟ ନାରାୟଣ ଜେନା ପ୍ରମୁଖ ଉପସ୍ଥିତଥିଲେ। ସେହିପରି ୧୮ବର୍ଷରୁ ଉର୍ଧ୍ବ ଓକିଲ ଏବଂ ଓକିଲଙ୍କ ପରିବାର ସଦସ୍ୟଙ୍କୁ ସୁବିଧାରେ ଟୀକା ପ୍ରଦାନ ପାଇଁ ବିଏମସି ପଦକ୍ଷେପ ନେବାକୁ ଓକିଲ ସଂଘର ସମ୍ପାଦକ ଜିଲ୍ଲା ଜର୍ଜଙ୍କ ପାଖରେ ଦାବି କରିଛନ୍ତି।