ଦିଲୀପ ରାୟଙ୍କ ବିରୋଧରେ ହେବାକୁ ଥିବା ଦଣ୍ଡ ବିଧାନ ଶୁଣାଣି ଅକ୍ଟୋବର ୨୬କୁ ଘୁଞ୍ଚିଲା

ଦିଲୀପ ରାୟଙ୍କ ବିରୋଧରେ ହେବାକୁ ଥିବା ଦଣ୍ଡ ବିଧାନ ଶୁଣାଣି ଅକ୍ଟୋବର ୨୬କୁ ଘୁଞ୍ଚିଲା

ଭୁବନେଶ୍ୱର: କୋଇଲା ଖଣି ଆବଣ୍ଟନ ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ବିରୋଧରେ ଆଜି ଦଣ୍ଡ ବିଧାନ ହେବାର ଥିଲା। ହେଲେ ଏହି ଦଣ୍ଡ ଶୁଣାଣିକୁ ଘଞ୍ଚାଇ ଦିଆଯାଇଛି। ଆସନ୍ତା ଅକ୍ଟୋବର ୨୬ ତାରିଖରେ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ ଦଣ୍ଡ ଶୁଣାଣି କରିବେ। ବ୍ୟକ୍ତିଗତ ଭାବେ ହାଜର ହେବାକୁ ସମସ୍ତ ଦୋଷୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ ସତର୍କତା ସହ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଗତ ଅକ୍ଟେବାର ୬ରେ ଝାଡ଼ଖଣ୍ଡ କୋଲବ୍ଲକ ଦୁର୍ନୀତି ମାମଲାରେ ଦିଲ୍ଲୀପ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏଥିସହିତ କୋଇଲା ମନ୍ତ୍ରାଳୟର ଅନ୍ୟ ଦୁଇ ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଏବଂ ନିତ୍ୟାନନ୍ଦ ଗୌତମଙ୍କୁ ମଧ୍ୟ କୋର୍ଟ ଦୋଷୀ ସାବ୍ୟସ୍ତ ହୋଇଥିଲେ।