ଝରାଫୁଲ ମୃତ୍ୟୁ ମାମଲାରେ ଅଭିଯୁକ୍ତ ଶେଖର ଭୁବନେଶ୍ବରରୁ ଗିରଫ

ଝରାଫୁଲ ମୃତ୍ୟୁ ମାମଲାରେ ଅଭିଯୁକ୍ତ ଶେଖର ଭୁବନେଶ୍ବରରୁ ଗିରଫ

ଭୁବନେଶ୍ବର: । ଜାନୁଆରି ୨୬ ତାରିଖ ରାତିରେ ଭୁବନେଶ୍ୱରର ଏକ ଗେଷ୍ଟହାଉସରେ ଝରାଫୁଲଙ୍କର ମୃତ୍ୟୁ ହୋଇଥିଲା । ତାପରଦିନ ସକାଳୁ ଝରାଫୁଲଙ୍କ ମୃତଦେହକୁ ଏକ ସ୍କୁଟିରେ ପ୍ରେମିକ ରାକେଶ ଓ ଶେଖର ଯାଜପୁର କୁଆଖିଆ ପର୍ଯ୍ୟନ୍ତ ନେଇ ଯାଇଥିଲେ। ଏକ ନିଛାଟିଆ ସ୍ଥାନ ଦେଖି ମୃତଦେହକୁ ଫୋପାଡି ଦେଇ ଚାଲି ଆସିଥିଲେ । ହେଲେ ଶେଖର ସେବେଠାରୁ ଫେରାର ରହିଥିଲା । ଅଭିଯୁକ୍ତ ଶେଖର ସ୍ୱାଇଁକୁ ଭୁବନେଶ୍ୱରରୁ ଗିରଫ କରିଛି ଯାଜପୁର ପୁଲିସ । ଏହାପୂର୍ବରୁ ୨ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ ସେଠାରେ । ଏନେଇ ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ସିସିଟିଭି ଫୁଟେଜକୁ ଆଧାର କରି ରାକେଶକୁ ଜେରା କରିଥିଲା ପୁଲିସ । ପରେ ତାକୁ ଓ ଅନ୍ୟ ଜଣଙ୍କୁ ଗିରଫ କରାଯାଇଥିଲା।