କୋଭିଡ୍ ଯୋଗୁଁ କ୍ଷତିଗ୍ରସ୍ତ ଶ୍ରୀମନ୍ଦିର ସେବାୟତଙ୍କୁ ମିଳିଲା ଆର୍ଥିକ ସହାୟତା

କୋଭିଡ୍ ଯୋଗୁଁ କ୍ଷତିଗ୍ରସ୍ତ ଶ୍ରୀମନ୍ଦିର ସେବାୟତଙ୍କୁ ମିଳିଲା ଆର୍ଥିକ ସହାୟତା

ପୁରୀ: କୋଭିଡ୍ ଯୋଗୁଁ କ୍ଷତିଗ୍ରସ୍ତ ଶ୍ରୀମନ୍ଦିର ସେବାୟତଙ୍କୁ ମିଳିଲା ଆର୍ଥିକ ସହାୟତା। ପ୍ରତି ପରିବାରକୁ ୧୦ହଜାର ଟଙ୍କା ଲେଖାଏଁ ଦିଆଗଲା ଆର୍ଥିକ ସହାୟତା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଦେଶରେ ଦୁଇଟି କିସ୍ତି ବାବଦରେ ୧୦ହଜାର ଲେଖାଏଁ ୨୪୬୩ ସେବାୟତ ପରିବାରକୁ କରାଗଲା ସହାୟତା ପ୍ରଦାନ। ସର୍ବମୋଟ ୨କୋଟି ୪୬ଲକ୍ଷ ୩୦ହଜାର ଟଙ୍କା ପ୍ରଦାନ କରାଯାଇଛି। କରୋନାର ପ୍ରଥମ ଲହରରେ ୫ଟି କିସ୍ତିରୁ ୪ଟିରେ ୫ହଜାର ଲେଖାଏଁ ପ୍ରଦାନ କରାଯାଇଥିଲା। ଅବଶିଷ୍ଟ ଗୋଟିଏ କିସ୍ତି ଓ କରୋନାର ଦ୍ୱିତୀୟ ଲହରର ଗୋଟିଏ କିସ୍ତି ଏପରି ଦୁଇଟିକୁ ମିଶାଇ ୧୦ ହଜାର ଲେଖାଏଁ ପ୍ରଦାନ କରିଛନ୍ତି। ଯେହେତୁ କରୋନା ମହାମାରୀ ଯୋଗୁଁ ଶ୍ରୀମନ୍ଦିର ସାଧାରଣ ଭକ୍ତଙ୍କ ପାଇଁ ବନ୍ଦ ରହିଛି। ତେଣୁ ସେବାୟତ ମାନେ ଆର୍ଥିକ ସଂକଟର ସମ୍ମୁଖୀନ ହୋଇଛନ୍ତି। ଏହାକୁ ନଜରରେ ରଖି ଶ୍ରୀମନ୍ଦିର ପ୍ରଶାସନ ସେବାୟତଙ୍କ ପାଇଁ କିସ୍ତି ବାବଦକୁ ୫ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବା ପାଇଁ ନିସ୍ପତ୍ତି ନେବା ସହ କରୋନାର ପ୍ରଥମ ଲହର ଠାରୁ ଏହି ସହାୟତା ରାଶି ପ୍ରଦାନ କରାଯାଉଥିବା କହିଛନ୍ତି ଶ୍ରୀମନ୍ଦିର ନିତି ପ୍ରଶାସକ।