ସ୍ନାନ ବେଦୀରେ ଶ୍ରୀଜିଉଙ୍କର ଚାଲିଛି ମହାସ୍ନାନ

ସ୍ନାନ ବେଦୀରେ ଶ୍ରୀଜିଉଙ୍କର ଚାଲିଛି ମହାସ୍ନାନ

ଭୁବନେଶ୍ୱର:  କରୋନା କଟକଣାରେ ଆୟୋଜିତ ହେଉଛି ସ୍ନାନଯାତ୍ର ସମ୍ପୂର୍ଣ୍ଣ ରୀତିନୀତି ସହ ଆଗେଇ ଚାଲିଛି ମହାପ୍ରଭୁଙ୍କ ନୀତିକାନ୍ତି ବିନା ଭକ୍ତରେ ଖାଁଖାଁ ବଡ଼ ଦାଣ୍ଡରେ ଆୟୋଜିତ ହେଉଛି ସ୍ନାନଯାତ୍ର ନିଶାର୍ଦ୍ଧରେ ବାଜି ଉଠିଛି ଘଣ୍ଟ ଘଣ୍ଟା ପ୍ରଥମେ ଚକ୍ରରାଜ ସୁଦର୍ଶନ, ବଡଠାକୁର ବଳଭଦ୍ର ତା ପଛକୁ ଦେବୀ ସୁଭଦ୍ର ଶେଷରେ ବିଜେ କରିଛନ୍ତି ଶ୍ରୀ ଜଗନ୍ନାଥ ମଙ୍ଗଳ ଆଳତି, ମଇଲମ, ତଡପଲାଗି, ଅଧର ପୋଛା ଶେଷ ୧୦୮ ଗରା ଜଳରେ ସ୍ନାନ କରିଛନ୍ତି ଶ୍ରୀଜିଉ ସ୍ନାନ ପରେ ଗଜବେଶ ଧାରଣ କରିବେ ମହାପ୍ରଭୁ ସ୍ନାନ ଯାତ୍ରାରେ ଛେରା ପହଁରା କରିବେନି ଗଜପତି ମହାରାଜ ମହାପ୍ରଭୁଙ୍କ ଛେରାପହଁରା ନୀତି ହାତିୀବେଶ କରାଯିବ ସମସ୍ତ ନୀତି କରିବା ନେଇ ଶ୍ରୀମନ୍ଦିରକୁ କେବଳ ସୀମିତ ସେବାୟତମାନେ ଯିବା ପାଇଁ ଅନୁମତି ଦିଆଯାଇଛି ସ୍ନାନଯାତ୍ରାରେ ନିୟୋଜିତ ସମସ୍ତ ସେବାୟତ, ପ୍ରଶାସନିକ କର୍ମଚାରୀ ପୋଲିସ କର୍ମଚାରୀଙ୍କ କୋଭିଡ ଟେଷ୍ଟ କାର୍ୟ୍ୟ ସମାପ୍ତ ହୋଇଛି ଶ୍ରୀମନ୍ଦିର ଚତୁଃ ପାଶ୍ୱର୍ରେ ୧୪୪ ଧାରା ଲାଗୁ କରାଯାଇଛି