ଶ୍ରୀମନ୍ଦିର ଚତୁପାର୍ଶ୍ୱରେ ସୁରକ୍ଷା ବଳୟର ଉନ୍ନତିକରଣ ପାଇଁ ଆଜି ଜନଶୁଣାଣୀ କରାଯାଉଛି

ଶ୍ରୀମନ୍ଦିର ଚତୁପାର୍ଶ୍ୱରେ ସୁରକ୍ଷା ବଳୟର ଉନ୍ନତିକରଣ ପାଇଁ ଆଜି ଜନଶୁଣାଣୀ କରାଯାଉଛି

ପୁରୀ: ଶ୍ରୀମନ୍ଦିର ଚତୁପାର୍ଶ୍ୱରେ ସୁରକ୍ଷା ବଳୟର ଉନ୍ନତିକରଣ ପାଇଁ ଆଜି ଜନଶୁଣାଣୀ କରାଯାଉଛି। ବାସେଳୀସାହି, ମଣିକର୍ଣ୍ନିକା ସାହି,କାଳିକାଦେବୀ ସାହି,ଦୋଳମଣ୍ଡପ ସାହି ଓ ଚୁଡଙ୍ଗ ସାହି ଅର୍ନ୍ତଗତ ମୌଜାର 7ଟି ward ବାସୀଙ୍କୁ ନେଇ ଏହି ଜନଶୁଣାଣୀ ହେଉଛି। 2013ଭୂମି ଅଧିଗ୍ରହଣ ଆଇନ୍ ଧାରା 5 ତଥା 2016 ଓଡିଶା ଅଧିନିୟମ 14 ଅନୁଯାୟୀ ଏହି ଜନଶୁଣାଣୀ କରାଯାଉଛି। ପ୍ରକଳ୍ପ ପ୍ରଭାବିତ wardବାସୀ ମାନେ ଜମି ଅଧିଗ୍ରହଣ ଓ ତତଜନିତ ସାମାଜିକ ପ୍ରଭାବ ସମ୍ପର୍କରେ ଜନଶୁଣାଣୀରେ ନିଜର ମତାମତ ଉପସ୍ଥାପନ କରିବେ।ନୀଳାଦ୍ରି ଭକ୍ତ ନିବାସ ଠାରେ ପ୍ରଥମେ ବାସେଳୀସାହି ward number 2ର ଜନଶୁଣାଣୀ ଆରମ୍ଭ ହୋଇଛି। ଜମି ଅଧିଗ୍ରହଣ ହେବାକୁଥିବା ସମୁଦାୟ 373 ପ୍ଲଟ୍ ମଧ୍ୟରୁ ବଳକା 42ଟି ପ୍ଲଟର 1.22ଏକର ଜମି ଅଧିଗ୍ରହଣ ପାଇଁ ଏହି ଜନଶୁଣାଣୀ କରାଯାଉଛି ପର୍ଯ୍ୟାୟକ୍ରମେ ଅନ୍ୟ ମୌଜାର ଜନଶୁଣାଣୀ ହେବ । ସେପଟେ ଯେଉଁମାନେ ଜନଶୁଣାଣୀରେ ଉପସ୍ଥିତ ନ ରହିପାରିବେ ସେମାନଙ୍କ ପାଈଁ ଭରଚୁଆଲ ବୈଠକର ବ୍ୟବସ୍ଥା କରାଯାଇଛି ।