ଶ୍ରୀରାମ ନବମୀ ଉତ୍ସବ ବିନା ଭକ୍ତରେ ପାଳିତ ହେଉଛି

ଶ୍ରୀରାମ ନବମୀ ଉତ୍ସବ ବିନା ଭକ୍ତରେ ପାଳିତ ହେଉଛି

ଭୁବନେଶ୍ୱର: ଆଜି ଭୁବନେଶ୍ୱରସ୍ଥିତ ରାମମନ୍ଦିରରେ ଶ୍ରୀରାମ ନବମୀ ଉତ୍ସବ ବିନା ଭକ୍ତରେ ପାଳିତ ହେଉଛି। ଆଜି ପବିତ୍ର ଶ୍ରୀରାମ ନବମୀ। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଭୁବନେଶ୍ୱର ଓ କଟକର ଧାର୍ମିକ ସ୍ଥଳଗୁଡିକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ ଲଗାଇଛନ୍ତି କଟକଣା। ସେହି କାରଣରୁ ମନ୍ଦିର ସମ୍ମୁଖରେ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯିବା ସହିତ ମନ୍ଦିରର ପ୍ରବେଶ ଦ୍ୱାର ବନ୍ଦ ରଖାଯାଇଛି। ଭିତରେ କେବଳ ପୂଜକ ଓ ମନ୍ଦିରର କିଛି କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା କରାଯାଉଛି। ଶ୍ରଦ୍ଧାଳୁମାନେ କୋଭିଡ କଟକଣା ସହିତ ସରକାରଙ୍କ ଗାଇଡଲାଇନ ମାନି ଘରେ ଥିବା ବେଳେ ଅଳ୍ପ କିଛି ଭକ୍ତ ରାମମନ୍ଦିର ସମ୍ମୁଖ ରାସ୍ତା ଉପରେ ଭଗବାନ ଶ୍ରୀରାମଙ୍କୁ ଭକ୍ତି ଅର୍ଘ୍ୟ ନିବେଦନ କରୁଥିବା ଦେଖିବାକୁ ମିଳିଛି।