ମନ୍ଦିର ହାତରୁ ଚନ୍ଦନ ଗଛ ଚୋରି ଅଭିଯୋଗ ରେ ଛଅ ଜଣ ଗିରଫ

ମନ୍ଦିର ହାତରୁ ଚନ୍ଦନ ଗଛ ଚୋରି ଅଭିଯୋଗ ରେ ଛଅ ଜଣ ଗିରଫ

ପୋଲସରା: କଳମ୍ବ ରାସ୍ତା ରେ ଥିବା ଲଙ୍ଗଳେଶ୍ୱର ମନ୍ଦିର ହତା ରୁ ଚନ୍ଦନ ଗଛ ଚୋରି ଅଭିଯୋଗ ରେ ପୋଲସରା ପୋଲିସ ୬ ଜଣଙ୍କୁ ଗିରଫ କରିଛି। ପୋଲସରା ଥାନା ସୂଚନା ଅନୁଯାୟୀ ଚଳିତ ମାସ ୪ ତାରିଖ ଦିନ ରାତିରେ ପୋଲସରା-କଳମ୍ବ ରାସ୍ତା ରେ ଥିବା ଲଙ୍ଗଳେଶ୍ୱର ମନ୍ଦିର ହତା ରେ ଥିବା ଗୋଟିଏ ଚନ୍ଦନ ଗଛ କୁ ଚୋରି କରିବା ଉବ୍ଦେଶ୍ୟ ରେ କେହି ହାଣି ଦେଇଥିଲା। ତେବେ କଟା ଗଛ କୁ ନେଇ ପାରିନଥିଲା।ଏ ସମ୍ପର୍କରେ ୭ ତାରିଖ ଦିନ ମନ୍ଦିର ପରିଚାଳନା କମିଟି ସଭାପତି ରାମଚନ୍ଦ୍ର ସାହୁ ଏବଂ ସଭ୍ୟ ମାନେ ସ୍ଥାନୀୟ ଥାନାରେ ଏତଲା ଦେଇଥିଲେ। ପୋଲିସ ତଦନ୍ତ କରି ଆଜି କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଆଠଗଢ ପାଟଣା ଗ୍ରାମ ଖଦାଳ ସାହିର ସୁରେନ୍ଦ୍ର ନାହାକ , ପଦ୍ମନାଭ ନାହାକ , ପ୍ରକାଶ ନାହାକ , ଅଙ୍ଗଦ ନାହାକ ଓ ବିପିନ ନାହାକ ଏବଂ ଖୋର୍ଦ୍ଧା ଜିଲ୍ଲା ର ନିରାକାର ପୁର ଥାନା ଅନ୍ତର୍ଗତ ମେହେରାମ ପୁର ଗ୍ରାମ ର କବିର ହୁସେନ୍ କୁ ଗିରଫ କୁ କରିଛି ପୋଲିସ ।