ରାଜ୍ୟପାଳ ଗଣେଶୀଲାଲ୍‌ଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କ ବିୟୋଗ

ରାଜ୍ୟପାଳ ଗଣେଶୀଲାଲ୍‌ଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କ ବିୟୋଗ

ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଧର୍ମପତ୍ନୀ ସୁଶୀଳା ଦେବୀ(୭୪)ଙ୍କ ପରଲୋକ ଘଟିଛିା ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତିା କାଲି ରାତିରେ ତାଙ୍କର ବିୟୋଗ ହୋଇଥିବା ଜଣାପଡିଛି । ରାଜ୍ୟପାଳ ଗଣେଶୀ ଲାଲ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।

 

ଏହି ଖବର ଶୁଣିବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି । ସୁଶୀଳା ଦେବୀଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୀୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ସେ ରାଜ୍ୟପାଳ ଏବଂ ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ପ୍ରକାଶ କରିଛନ୍ତିା