ସୋନୁ ସୁଦଙ୍କୁ କରୋନା

ସୋନୁ ସୁଦଙ୍କୁ କରୋନା

ଅଭିନେତା ସୋନୁ ସୁଦଙ୍କୁ କରୋନା । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ରିପୋର୍ଟ ପଜିଟିଭ ଆସିବା ପରେ ସେ ହୋମ୍ କ୍ୱାରେଣ୍ଟାଇନରେ ରହିଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି କରୋନା ଟେଷ୍ଟ କରାଇବାକୁ ସେ ନିବେଦନ କରିଛନ୍ତି । ତେବେ କରୋନାରେ ଆକ୍ରାନ୍ତ ହୋଇ ବି ସେ ଏହି ସମୟରେ ଲୋକଙ୍କ ପାଇଁ କାମ କରିବେ। ଏବେ ତାଙ୍କ ପାଖରେ ଅଧିକ ସମୟ ଥିବାରୁ ସେ ଲୋକଙ୍କୁ ଅଧିକରୁ ଅଧିକ ସାହାଯ୍ୟ କରିପାରିବେ ବୋଲି ଟ୍ୱିଟ୍ କରିଛନ୍ତି ।