କ୍ରୀଡା ହେଉଛି ଆମ ଚରିତ୍ରର କେନ୍ଦ୍ର : ପିଏମ ମୋଦି

କ୍ରୀଡା ହେଉଛି ଆମ ଚରିତ୍ରର କେନ୍ଦ୍ର : ପିଏମ ମୋଦି

ଜୁଲାଇ ରେ ହେବାକୁ ଯାଉଛି ଟୋକିଓ ଅଲମ୍ପିକ| ଏନେଇ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଲମ୍ପିକ ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି | ଏହି ବୈଠକରେ ସେ ଅଲମ୍ପିକରେ ଭାଗ ନେଇଥିବା ଆଥଲେଟ ମାନଙ୍କର ଟୀକାକରଣ ତ୍ୱରାନ୍ୱିତ କରିବା ନେଇ ନିର୍ଦେଶ ଦେଇଛନ୍ତି | ଟୋକିଓ ଅଲମ୍ପିକ ପାଇଁ ପ୍ରସ୍ତୁତ ହୋଇଥିବା ସମସ୍ତ ଆଥଲେଟ , ଷ୍ଟାଫ ଓ ଅଧିକାରୀ ମାନଙ୍କୁ ଟୀକା ଦିଆଯାଉ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି | କ୍ରୀଡା ଆମ ଚରିତ୍ରର କେନ୍ଦ୍ର ଓ କ୍ରୀଡ଼ାବିତ ମାନେ ଜୀବନ୍ତ ଏବଂ ଏକ ମଜବୁତ ସଂସ୍କୃତି ନିର୍ମାଣ କରୁଛନ୍ତି ବୋଲି ମୋଦି ତାଙ୍କ ବକ୍ତବ୍ୟ ରେ ଉଲ୍ଲେଖ କରିଛନ୍ତି | ଅଲମ୍ପିକରେ ଭାଗ ନେଇଥିବା ସମସ୍ତ ଭାରତୀୟ କ୍ରୀଡ଼ାବିତଙ୍କ ସହ ଶୁଭକାମନା ରହିଛି | ତେବେ ଆସନ୍ତା ଜୁଲାଇ ମାସରେ ଭିଡିଓ କନଫରେନସିଂ ଭାରତୀୟ ଅଲମ୍ପିକ ଦଳ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି |