କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା କୋରୋନାରେ ଆକ୍ରାନ୍ତ

କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା କୋରୋନାରେ ଆକ୍ରାନ୍ତ

ଭୁବନେଶ୍ଵର : ଇଲେକ୍ଟ୍ରୋନିସ, ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏନେଇ ମନ୍ତ୍ରୀ ତୁଷାରକାନ୍ତି ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ସେ ଟ୍ବିଟ୍ କରି ଲେଖିଛନ୍ତି, ମୋର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ପଜିଟିଭ୍ ଆସିବା ପରେ ମୁଁ ନିଜକୁ ଗୃହ ସଙ୍ଗରୋଧରେ ରଖିଛି। ଡାକ୍ତରଙ୍କ ପରାମର୍ଶରେ ଏବେ ମନ୍ତ୍ରୀ ହୋମ୍ ଆଇସୋଲେସନରେ ଅଛନ୍ତି । ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟେଷ୍ଟ ପାଇଁ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ।