ଉପନିର୍ବାଚନ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା

ଉପନିର୍ବାଚନ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା

ଭୁବନେଶ୍ୱର: କୋଭିଡ ସମୟରେ ଉପନିର୍ବାଚନ ପ୍ରସ୍ତୁତି ସରିଛି। ପୋଲିଂ ଏଜେଣ୍ଟ ସ୍କ୍ରିନି ହୋଇଛି। ସୁସ୍ଥ ଅଫିସର ହି duty ରେ ଅଛନ୍ତି । 1000 ଜଣ ଗୋଟେ ବୁଥରେ ଭୋଟ ଦେବେ। ତେଣୁ ବୁଥ ସଙ୍ଖ୍ୟା ବଢ଼ିଛି। ବାଲେଶ୍ଵରରେ 198 ବୁଥ ଥିଲା। ବର୍ତ୍ତମାନ 346 ହୋଇଛି । ତିର୍ତ୍ତୋଲ- 265 ବୁଥ ଥିଲା, 373କୁ ବୃଦ୍ଧି ହୋଇଛି । ବୁଥ sanitize କରାଯାଉଛି। କାଲି ବାରମ୍ବାର ବୁଥ ବାହାର ସାନିଟାଇଜ ହେବ । ଡ୍ୟୁଟି ଅଫିସରଙ୍କୁ PPE kit ଦିଆଯାଇଛି ଭୋଟରଙ୍କୁ ଗ୍ଲୋଭସ ଦିଆଯିବ। ସେମାନେ ଡାହାଣ ହାତରେ ପିନ୍ଧିବେ। ଭୋଟ ଦେଇ ଦଷ୍ଟବିନରେ ଫିଙ୍ଗିବେ। ବୁଥ ବଢିବାରୁ ଦ୍ବନ୍ଦ୍ୱ ହୋଇପାରେ। BLO ମାଧ୍ୟମରେ ସ୍ଲିପ ଦିଆହୋଇଛି। ସେଥିରୁ ଜାଣି ବୁଥ ଯିବେ ଭୋଟର। ସବୁ ଅତିରିକ୍ତ ବୁଥ ଗୋଟିଲ କ୍ୟାମ୍ପସରେ ଅଛି। କେବେଳ ତିର୍ତ୍ତୋଲରେ 5 ଓ ବାଲେଶ୍ଵରରେ 12ଟା ବାହାରେ ଅଛି। ଯଦି କାହା ପାଖେ ଭୋଟର କାର୍ଡ ନାହିଁ, ବାକି 11 ପରିଚୟପତ୍ର ନେଇ ପାରିବେ ଭୋଟର ସ୍ଲିପ ପରିଚୟପତ୍ର ଭାବେ କାମ କରିବ ନାହିଁ 3500 ପୋଲିଂ କର୍ମଚାରୀ। ଆଶା କର୍ମୀ ଓ ସ୍ବେଛାସେବୀ ସାନିଟାଇଜ ଓ ସ୍କାନିଂ କରିବେ। ସାମାଜିକ ଦୂରତା ପାଇଁ ସ୍ଥାନିତ ଗୋଲେଇରେ 6 ଫୁଟ ସାମାଜିକ ଦୂରତା ରକ୍ଷା କରି ଭୋଟର ଛିଡା ହେବେ । 86 ସମ୍ବେଦନଶୀଳ ବୁଥ ବାଲେଶ୍ଵରରେ ଓ 155 ତିର୍ତ୍ତୋଲରେ ଚ8ନହାତ ହୋଇଛି । ଯେଉଁଥି ପାଇଁ ଉଭୟ ଉପନିର୍ବାଚନ ମଣ୍ଡଳୀ ପାଇଁ ସମୁଦାୟ 6 କମ୍ପାନୀ CRPF, ୱେବକ୍ସଟିଂ, CCTV, 90 ପ୍ଲାଟୁନ ପୋଲିସ ଫୋର୍ସ, 251 ପୋଲିସ ଅଫିସର ନିୟୋଜିତ ଅଛନ୍ତି। ଭୋଟ ସକାଳ 7ରୁ ସାନ୍ଧ୍ୟ 6 ଯାଏ ହେବ। 6ଟା ଭିତରେ ଯିଏ ଆସିଥିବେ ଭୋଟ ଦେଇପାରିବେ। ଭୋଟରଙ୍କ ତାପମାତ୍ରା ମପା ଯିବ। ଯାହାର ଅଧିକ ଆସିବ, ସେମାନଙ୍କୁ ଟୋକନ ଦିଆଯିବ। ସେମାନେ ଶେଷ ସମୟରେ ଭୋଟ ଦେବେ। ଡାକ୍ତର ଯଦି କୋଭିଡ ରୋଗୀଙ୍କୁ ଘରେ ରହିବାକୁ କହିଛନ୍ତି, ସେମାନଙ୍କ PPE କିଟ ଥିଲେ ଆସି ଭୋଟ ଦେଇ ପାରିବେ। ହେଲେ ସେମାନେ ନ ଆସିବ ଭଲ।ସୁଶୀଲ ଲୋହାନି, CEO, ଓଡ଼ିଶା