ବିଦ୍ୟୁତ ଦର ବୃଦ୍ଧିକୁ ଲୁଚେଇବା ପାଇଁ ରାଜ୍ୟ ସରକାରଙ୍କ ମୋ ବିଦ୍ୟୁତ ଯୋଜନା

ବିଦ୍ୟୁତ ଦର ବୃଦ୍ଧିକୁ ଲୁଚେଇବା ପାଇଁ ରାଜ୍ୟ ସରକାରଙ୍କ ମୋ ବିଦ୍ୟୁତ ଯୋଜନା

ଭୁବନେଶ୍ୱର : ବିଦ୍ୟୁତ ଦର ବୃଦ୍ଧିକୁ ଲୁଚେଇବା ପାଇଁ ରାଜ୍ୟ ସରକାରଙ୍କ ମୋ ବିଦ୍ୟୁତ ଯୋଜନା ବୋଲି ଅଭିଯୋଗ କରି ଯୁବ କଂଗ୍ରେସର ଅଭିନବ ପ୍ରତିବାଦ। ଭୁବନେଶ୍ୱର ସ୍ଥିତ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ କାର୍ଯ୍ୟାଳୟ ସମ୍ମୁଖରେ ଟିଭି ଭାଙ୍ଗି ସେଥିରେ ନିଆଁ ଲଗାଇ ପ୍ରତିବାଦ କଲେ ଯୁବ କଂଗ୍ରେସର କର୍ଯ୍ୟକର୍ତା। ଯୁବ କଂଗ୍ରେସ ସଭାପତି ସ୍ମୃତି ରଂଜନ ଲେଙ୍କାଙ୍କ ନେତୃତ୍ୱରେ ବହୁ କାର୍ଯ୍ୟକର୍ତା ବିକ୍ଷୋଭ ସମାବେଶ ରେ ସାମିଲ। ବିକ୍ଷୋଭ ରେ ବରିଷ୍ଠ କଂଗ୍ରେସ ନେତା ତଥା ବିଦ୍ୟୁତ ଉପଭୋକ୍ତା ମହାସଂଘର ଉପଦେଷ୍ଟା ପଞ୍ଚାନନ କାନୁନଗୋ ସାମିଲ। ତୁରନ୍ତ ବର୍ଦ୍ଧିତ ବିଜୁଳି ଦର କମାଇବାକୁ ଦାବି କଲା କଂଗ୍ରେସ। ନଚେତ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଆନ୍ଦୋଳନ ଚେତାବନୀ।