ନୂଆ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ପ୍ରଣୟନ କଲେ ରାଜ୍ୟ ସରକାର

ନୂଆ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ପ୍ରଣୟନ କଲେ ରାଜ୍ୟ ସରକାର

ରାଜ୍ୟ ସରକାରଙ୍କ ଦ୍ୱାରା ନୂଆ ବିଶ୍ୱ ବିଦ୍ୟାଳୟ ସଂଶୋଧନ ଆଇନ ପ୍ରଣୟନ କରାଯାଇଛି ।  ଯାହାକୁ ଉତ୍କଳ ବିଦ୍ୟାଳୟ ଛାତ୍ର ସଂଗଠନ ପକ୍ଷରୁ ସ୍ୱାଗତ କରାଯାଇଛି। ବିଶ୍ୱବିଦ୍ୟାଳୟର ଶତାଧିକ ଛାତ୍ର ସରକାରଙ୍କ ଏଭଳି ଐତିହାସିକ ନିଷ୍ପତିକୁ ସ୍ୱାଗତ କରିବା ସହ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ସ୍ୱାଗତ କାର୍ଯ୍ୟକ୍ରମ କରିଥିଲେ। ସରକାରଙ୍କ ଏହି ନିଷ୍ପତ୍ତି ବିଶ୍ୱବିଦ୍ୟାଳୟ ରେ ଉନ୍ନତ ମାନର ଶିକ୍ଷା ପ୍ରଦାନ କ୍ଷେତ୍ରରେ ବେଶ ସହାୟକ ହେବ ବୋଲି କୁହାଯାଇଛି। ଏହା ସହ ଆଗାମୀ ଦିନରେ ଛାତ୍ରଛାତ୍ରୀମାନଙ୍କୁ ଏହାର ସୁଫଳ ମିଳିବ ବୋଲି ଛାତ୍ରମାନେ କହିଛନ୍ତି।