ରାଜ୍ୟରେ ପୋଲିସ ଅଧିକାରୀଙ୍କ ତଦନ୍ତ ଓ ବ୍ୟବହାରରେ କ୍ଷୋଭ ପ୍ରକାଶ କରିଛନ୍ତି ରାଜ୍ୟ ମାନବାଧିକର କମିଶନ

ରାଜ୍ୟରେ ପୋଲିସ ଅଧିକାରୀଙ୍କ ତଦନ୍ତ ଓ ବ୍ୟବହାରରେ କ୍ଷୋଭ ପ୍ରକାଶ କରିଛନ୍ତି ରାଜ୍ୟ ମାନବାଧିକର କମିଶନ

ଭୁବନେଶ୍ୱର: ଦିନିକ ତଳେ ବରଗଡ ବାଲିଆପାଳ ଥାନାଧିକାରୀଙ୍କ ତଦନ୍ତ ଉପରେ କ୍ଷୋଭ ପ୍ରକାଶ କରି ଦରମାରୁ ୫ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ କହିଥିଲେ  । ଜୀବିତ ପୁଅରୁ ମୃତ ଘୋଷଣା କରିବା ପରେ ୨ ବର୍ଷ ପରେ ଜେଲରୁ ଫେରିଥିଲା ପୁଅ  । ଏ ଘଟଣାରେ ୨ ବ୍ୟକ୍ତିଙ୍କୁ ହତ୍ୟା ମାମଲାରେ ଜେଲ ଯିବାକୁ ପଡିଥିଲା  । ନିଜ ଦରମାରୁ ୫ ଲକ୍ଷ ଟଙ୍କା ଦୁଇ ପୀଡିତଙ୍କୁ ଦେବା ପାଇଁ ରାଜ୍ୟ ମାନବାଧିକାର କମିଶନ ନିର୍ଦେଶ ଦେଇଥିଲେ । ଏପଟେ ଥାନାରେ ମହିଳାଙ୍କୁ ମାଡ ମରା ଘଟଣାରେ କଡା ପଦକ୍ଷେପ ନେଇଛନ୍ତି ରାଜ୍ୟ ମାନବାଧିକର କମିଶନ  । ୨ ବର୍ଷ ଯାଏଁ କୌଣସି ଥାନା ପୋଷ୍ଟିଂ ନ ଦେବାକୁ ଡିଜିପିଙ୍କୁ ନିର୍ଦେଶ ଦେଇଛନ୍ତି କମିଶନ । କେବଳ ଏତିକି ନୁହଁ ଥାନାଧିକାରୀଙ୍କ ଦରମାରୁ ୧୦ ହଜାର ନେଇ ପୀଡିତାଙ୍କୁ ଅନ୍ତରିଣ ସହାୟତା ଦେବାକୁ ମଧ୍ୟ କହିଛନ୍ତି ।କେନ୍ଦୁଝର ଜିଲ୍ଲା ପାଟଣା ଥାନାର ପୂର୍ବତନ ଆଇଆଇସି ସଂଧ୍ୟାରାଣୀ ଜେନାଙ୍କୁ ୨ ବର୍ଷ ଯାଏଁ କୌଣସି ଥାନା ପୋଷ୍ଟିଂ ଦିଅନି  । ତାଙ୍କୁ ଟ୍ରେନିଂରେ ପଠାଇ ଲୋକଙ୍କ ସହ କିଭଳି ବ୍ୟବହାର କରାଯାଏ ତାହାର ଶିକ୍ଷା ଦେବାକୁ ନିର୍ଦେଶରେ କହିଛନ୍ତି କମିଶନ ।