ବିଜେପି ନେତା ବୟାନରେ କହିଛନ୍ତି ଦରବୃଦ୍ଧି ଯଦି ସମସ୍ୟା ହେଉଛି ତାହେଲେ ଖାଇବା ପିଇବା ଓ ପେଟ୍ରୋଲ୍ ଭରିବା ଛାଡିଦିଅ

ବିଜେପି ନେତା ବୟାନରେ କହିଛନ୍ତି ଦରବୃଦ୍ଧି ଯଦି ସମସ୍ୟା ହେଉଛି ତାହେଲେ ଖାଇବା ପିଇବା ଓ ପେଟ୍ରୋଲ୍ ଭରିବା ଛାଡିଦିଅ

ରାୟପୁର: ଗୋଟେ ପଟେ କରୋନା ମହାମରୀ କାରଣରୁ ସାଧାରଣ ଲୋକଙ୍କ ଜୀବନ ଜୀବିକା ବିପଦରେ ଥିବା ବେଳେ ଅନ୍ୟପଟେ ନିତ୍ୟବ୍ୟବାହାର୍ଯ୍ୟ ଜିନିଷର ମୁଲ୍ୟ ଅହେତୁକ ବୃଦ୍ଧି, ବୋଝ ଉପରେ ନଳିତା ବିଡା ସାଜିଛି । ଦେଶରେ ବଢ଼ୁଥିବା ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବର୍ତ୍ତମାନ ଆକାଶ ଛୁଆଁ ହେବାରେ ଲାଗିଛି । ପେଟ୍ରୋଲ୍ ଡିଜେଲ୍ ଠାରୁ ଆରମ୍ଭ କରି ଖାଇବା ତେଲ ସମେତ ଅନ୍ୟାନ୍ୟ ନିତ୍ୟବ୍ୟବାହାର୍ଯ୍ୟ ଜିନିଷର ମୁଲ୍ୟ ଅହେତୁକ ବୃଦ୍ଧିକୁ ନେଇ ବର୍ତ୍ତମାନ ଜନତା ହନ୍ତସନ୍ତ ହେଉଛନ୍ତି । ତେବେ ଏହା ଭିତରେ ଛତିଶଗଡର ପୂର୍ବତନ ମନ୍ତ୍ରୀ ବ୍ରଜମୋହନ ଅଗ୍ରୱାଲ୍ ଙ୍କ ବୟାନ ଏବେ ରାଜନୀତିକୁ ସରଗରମ କରିଛି । ସେ ଜଣେ ବିଜେପି ନେତା ହୋଇଥିବା ବେଳେ ଏକ ବୟାନରେ କହିଛନ୍ତି ଯେ, ଯଦି ସବୁ ଜିନିଷର ଦରବୃଦ୍ଧି ସମସ୍ୟା ସୃଷ୍ଟି କରୁଛି ତାହେଲେ ଖାଇବା ପିଇବା ଏବଂ ପେଟ୍ରୋଲ୍ ଭରିବା ଛାଡିଦିଅନ୍ତୁ । କଂଗ୍ରେସ ଏପରି କରିବା ଦ୍ୱାରା ଦରବୃଦ୍ଧି ଆଉ ହେବ ନାହିଁ । ନିଜ ବୟାନରେ ସେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ବ୍ରଜମୋହନ ଅଗ୍ରୱାଲଙ୍କ ବୟାନ ଉପରେ କଂଗ୍ରେସ ପ୍ରବକ୍ତା ଆନନ୍ଦ ଶୁକ୍ଲା ପ୍ରତ୍ୟୁତ୍ତୋର ଦେଇଛନ୍ତି । ସେ ଟୁଇଟ୍ କରି କହିଛନ୍ତି ଯେ, “ଦେଖନ୍ତୁ ବିଜେପି ବିଧାୟକଙ୍କ ବେସରମ ପରାମର୍ଶ । ଜନତା ଖାଇବା ପିଇବା ବନ୍ଦ କରି ଦେଲେ, ପେଟ୍ରୋଲ୍ ପକାଇବା ବନ୍ଦ କରିଦେଲେ ଦରବୃଦ୍ଧି କମିଯିବ” । ସେ ଆହୁରି ମଧ୍ୟ ଏକ କହିଛନ୍ତି ଯେ, ବିଭିନ୍ନ ଦରକାରୀ ଜିନିଷର ଏପରି ଭାବେ ଅହେତୁକ ଦରବୃଦ୍ଧି କାରଣରୁ ଲୋକଙ୍କ ଘରର ଚୁଲି ଜଳିବା ବନ୍ଦ ହେବାରେ ଲାଗିଛି । ବିଜେପି ନେତାଙ୍କ ଏହି ବୟାନ ନଜତାଙ୍କ କଟା ଘା’ରେ ଲଚଣ ଦେବା ପରି ବୋଲି ସେ ମତ ପ୍ରକାଶ କରିଛନ୍ତି ।