ପାଖେଇ ଆସୁଛି ବାତ୍ୟା, କାଲି ଲଘୁଚାପ

ପାଖେଇ ଆସୁଛି ବାତ୍ୟା, କାଲି ଲଘୁଚାପ

ଆସନ୍ତାକାଲି ୨୨ ତାରିଖରେ ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖପାଖ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାକୁ ଯାଉଛି। ଯାହା ଆହୁରି ଘନୀଭୂତ ହୋଇ ପରବର୍ତ୍ତୀ ୭୨ ଘଣ୍ଟା ଅର୍ଥାତ ୨୪ ତାରିଖ ସୁଦ୍ଧା ଏକ ସାମୁଦ୍ରିକ ଝଡରେ ପରିଣତ ହେବ ଏହାପରେ ଉତ୍ତରପଶ୍ଚିମ ଦିଗରେ ଗତି କରି ୨୬ ତାରିଖ ସଂନ୍ଧ୍ୟା ସୁଦ୍ଧା ଓଡିଶା-ପଶ୍ଚିମବଙ୍ଗ ଉପକୂଳରେ ପଂହଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ତେବେ ଆସନ୍ତାକାଲି ଲଘୁଚାପ ଘନୀଭୂତ ହେବା ପରେ ହିଁ ବାତ୍ୟା ୟସ୍ ର ଦିଗ, ବେଗ ସମେତ ତୀବ୍ରତା ଏବଂ ନିର୍ଦ୍ଧିଷ୍ଟ ଲ୍ୟାଣ୍ଡଫଲ କରିବା ର ସ୍ଥାନ ଜଣାପଡ଼ିବ। ତେବେ ଏହାର ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ ଆସନ୍ତା ୨୫ ତାରିଖ ସଂନ୍ଧ୍ୟାରୁ ବର୍ଷା ଆରମ୍ଭ ହୋଇଯିବ ଏହାସହ ୨୩ରୁ ୨୭ ତାରିଖ ମଧ୍ୟରେ ସମୁଦ୍ରରେ ସର୍ବାଧିକ ୭୦ କିଲୋମିଟର ବେଗରେ ପବନ ବହିବା ନେଇ ସତର୍କ ସୂଚନା ଜାରି କରିଛି ବିଭାଗ ସେହିପରି ସମୁଦ୍ର ଅଶାନ୍ତ ରହିବା ହେତୁ ଆସନ୍ତା ୨୩ ତାରିଖ ସୁଦ୍ଧା ସମୁଦ୍ର ଉପକୂଳ ଫେରି ଆସିବାକୁ ମସ୍ତ୍ରଜୀବୀଙ୍କୁ ପରାମର୍ଶ ଦିଆଯାଇଛି । ସେପଟେ କାଳବୈଶାଖୀ ପ୍ରଭାବରେ ଆଜି ଦକ୍ଷିଣ-ଉପକୂଳ-ଉତ୍ତର ଓଡ଼ିଶାର ୧୯ ଜିଲ୍ଲା କୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଏସବୁ ଜିଲ୍ଲା ରେ ବର୍ଷା ବଜ୍ରପାତ ସହ ୩୦-୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଅପରପକ୍ଷେ ସମ୍ଭବ୍ୟ ବାତ୍ୟା ମୁକାବିଲା ନେଇ ଉପକୂଳବର୍ତ୍ତୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏସଆରସି ନିର୍ଦ୍ଦେଶ ପରେ ବିଭିନ୍ନ ବିଭାଗ ର ଅଧିକାରୀ ଓ ସଚିବଙ୍କ ସମେତ ଜିଲାପାଳ ମାନେ ଯେକୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତି କରୁଛନ୍ତି।