ଏଣିକି କର୍ମଚାରୀଙ୍କ ଧର୍ମଘଟ ଉପରେ ଲାଗିବ ଅଙ୍କୁଶ

ଏଣିକି କର୍ମଚାରୀଙ୍କ ଧର୍ମଘଟ ଉପରେ ଲାଗିବ ଅଙ୍କୁଶ

ଭୁବନେଶ୍ୱର: ଯଦି କୌଣସି ଧର୍ମଘଟ ପାଇଁ ସାଧାରଣ ଲୋକଙ୍କ ସୁରକ୍ଷା ବିପନ୍ନ ହୁଏ, ତାହାହେଲେ ଆଇନ ଅନୁସାରେ ଦଣ୍ଡ ଵ୍ୟଵସ୍ଥା ହେବ। ଯଦି ବେଆଇନ ଧର୍ମଘଟକୁ କେହି ପ୍ରୋତ୍ସାହିତ କରେ କିମ୍ଵା ତାକୁ ସମର୍ଥନ କରି ଆର୍ଥିକ ସହଯୋଗ କରେ ସେହି ବ୍ୟକ୍ତିଙ୍କୁ ଏକବର୍ଷ ଜେଲ ଦଣ୍ଡ କିମ୍ବା 5 ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ହେବ। ଉଭୟ ଦଣ୍ଡରେ ମଧ୍ୟ ଦଣ୍ଡିତ କରାଯାଇ ପାରିବ। ଯଦି କୌଣସି ଧର୍ମଘଟରେ କୌଣସି କର୍ମଚାରୀ ଅଂଶଗ୍ରହଣ କରନ୍ତି ତାହା ବେଆଇନ ଅଟେ। ଅନ୍ୟକୁ ଧର୍ମଘଟ କରିବା ପାଇଁ ପ୍ରବର୍ତ୍ତାଇଲେ ତାଙ୍କ ବିରୋଧରେ ମଧ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ। ବିଧାନସଭାରେ ପାରିତ ହୋଇଥିବା ଓଡିଶା ଅତ୍ୟାବଶ୍ୟକୀୟ ସେବା ସଂଶୋଧନ ବିଧେୟକ 2020ରେ ଏହି ଵ୍ୟଵସ୍ଥା ରହିଛି। 1988ର ଅଧିନିୟମକୁ ସଂଶୋଧନ କରାଯାଇଛି। ନୂଆ ଅଧିନିୟମ ଅନୁସାରେ କିଛି ସେବାକୁ ଅତ୍ୟାବଶ୍ୟକୀୟ ସେବା ଭାବେ ସାମିଲ କରାଯାଇଛି। ଅଗ୍ନି ନିରାପତ୍ତା, ଅବକାରୀ,ଜଙ୍ଗଲ,କାରାଗାର ସଂସ୍କାର,ଇଲେକ୍ଟ୍ରୋନିକସ ଏବଂ ସୂଚନା ଓ ଯୋଗାଯୋଗ ସହ ଜଡିତ ସେଵାରେ ବ୍ୟାଘାତ ହେଲେ ଏହି ସଂଶୋଧିତ ଅଧିନିୟମ ଲାଗୁ ହେବ। ବିରୋଧୀ ଏହାକୁ ବିରୋଧ କରୁଛନ୍ତି।