ପ୍ରବେଶିକା ପରୀକ୍ଷା ବିନା ଏମ୍‌ବିଏ, ପିଜିଡିଏମ୍‌ରେ ହୋଇପାରିବ ନାମଲେଖା – ଏଆଇସିଟିଇ ର ନିଷ୍ପତ୍ତି

ପ୍ରବେଶିକା ପରୀକ୍ଷା ବିନା ଏମ୍‌ବିଏ, ପିଜିଡିଏମ୍‌ରେ ହୋଇପାରିବ ନାମଲେଖା - ଏଆଇସିଟିଇ ର ନିଷ୍ପତ୍ତି

କୋଭିଡ ୧୯ ଯୋଗୁଁ ଅଧିକାଂଶ ପ୍ରବେଶିକା ପରୀକ୍ଷା ହୋଇପାରୁନାହିଁ। ତେଣୁ ଅଣ୍ଡର ଗ୍ରାଜୁଏଟ୍‌ର ମାର୍କକୁ ଆଧାର କରି ବିନା ପ୍ରବେଶିକା ପରୀକ୍ଷାର ଏମବିଏ ଓ ପୋଷ୍ଟ ଗ୍ରାଜୁଏଟ୍‌ ଡିପ୍ଲୋମା ଇନ ମ୍ୟାନେଜମେଣ୍ଟ ପାଇଁ ନାମଲେଖା ହୋଇପାରିବ ବୋଲି ନିଷ୍ପତ୍ତି ନେଇଛି ଏଆଇସିଟିଇ। ଏହା କେବଳ ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ଘୋଷଣା କରାଯାଇଛି। ମାତ୍ର ଆଗାମୀ ବର୍ଷଗୁଡ଼ିକରେ ଏହି କୋହଳ ରହିବ ନାହିଁ। ପରୀକ୍ଷା ହେବ କି ନାହାଁ

ତେବେ ଏଆଇସିଟିଇ ପକ୍ଷରୁ କୁହାଯାଇଛି ଯେ ନାମଲେଖା ବେଳେ ଶିକ୍ଷାନୁଷ୍ଠାନଗୁଡ଼ିକୁ ସ୍ୱଚ୍ଛତା ଗ୍ରହଣ କରିବେ। ଯଦି କୌଣସି ଛାତ୍ରଛାତ୍ରୀ ଉପରୋକ୍ତ କୌଣସି ପ୍ରବେଶିକା ପରୀକ୍ଷା ଦେଇଥିବେ ତାଙ୍କୁ ପ୍ରାଥମିକତା ଦିଆଯିବା ସହ ସେମାନଙ୍କ ୟୁଜି ନମ୍ବରକୁ ମଧ୍ୟ ବିଚାରକୁ ନିଆଯିବ ଏବଂ ନାମଲେଖା ପରେ ବି ଯଦି ଖାଲି ସିଟ୍‌ ରହିବ ତେବେ ରାଜ୍ୟ ସରକାର କାଉନସେଲିଂ ସମୟେର ଉକ୍ତ ସିଟ୍‌କୁ ବ୍ୟବହାର କରି ଛାତ୍ରଛାତ୍ରୀଙ୍କୁ ନାମଲେଖାଇ ପାରିବେ ବୋଲି ଏଆଇସିଟିଇ ସଦସ୍ୟ ସଚିବ ପ୍ରଫେସର ରାଜୀବ କୁମାର କହିଛନ୍ତି।