ଏବର୍ଷ ବି ଅନଲାଇନରେ ପାଠ ପଢ଼ିବେ ଛାତ୍ରଛାତ୍ରୀ

ଏବର୍ଷ ବି ଅନଲାଇନରେ ପାଠ ପଢ଼ିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଗତବର୍ଷ କରୋନା ମହାମାରୀ କାରଣରୁ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ାରେ ଅନେକ ଉତଥାନ-ପତନ ଦେଖିବାକୁ ମିଳିଥିଲା । ଛାତ୍ରଛାତ୍ରୀଙ୍କ ଅନଲାଇନ୍ କ୍ଲାସ୍ କରାଯାଇ ସେଥିରେ ହିଁ ପରୀକ୍ଷା କରାଯାଇଥିଲା । ତେବେ ଚଳିତ ବର୍ଷ ମଧ୍ୟ ସ୍ଥିତି କୋଭିଡ୍ ମହାମାରୀ ଗମ୍ଭୀର ରହିଥିବାରୁ ଅନଲାଇନରେ କ୍ଲାସ୍ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ପରିପ୍ରେକ୍ଷୀରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଅନଲାଇନ୍ ରେ କ୍ଲାସ୍ କରିବାକୁ ଉଚ୍ଚ ମାଧ୍ୟମିକ ସ୍କୁଲ୍ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛି ସିଏଚଏସଇ । ତେବେ ଏନେଇ ସିଏଚଏସଇ ପକ୍ଷରୁ ଆଗ୍ରହୀ ଏବଂ ଅନୁଭବୀ ଶିକ୍ଷକଙ୍କ ତାଲିକା ମଗାଯାଇଛି । ମେ ୨୧ ତାରିଖ ସୁଦ୍ଧା ତାଲିକା ଦେବାକୁ କୁହାଯାଇଛି । ଚଳିତ ବର୍ଷ କୋଭିଡ୍ ମହାମାରୀର ଦ୍ୱିତୀୟ ଲହର ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବାଧାସୃଷ୍ଟି ହୋଇଛି । ତେଣୁ ଅନଲାଇନ୍ ରେ ପାଠପଢ଼ାକୁ ଗୁରୁତ୍ୱ ଦିଆଯାଇଛି । ସେମାନଙ୍କ ଅନଲାଇନ୍ ରେ କିପରି ସୁଚାରୁରୂପେ ପାଠପଢ଼ା ଚାଲି ପାରିବ ସେ ଦିଗରେ ଧ୍ୟାନ କେନ୍ଦ୍ରିତ କରାଯାଉଛି ।