ବିଧାନସଭା ସମ୍ମୁଖରେ ପୁଣି ଆତ୍ମାହୁତି ଉଦ୍ୟମ।

ବିଧାନସଭା ସମ୍ମୁଖରେ ପୁଣି ଆତ୍ମାହୁତି ଉଦ୍ୟମ।

ଭୁବନେଶ୍ୱର: ବିଧାନସଭା ସମ୍ମୁଖରେ ପୁଣି ଆତ୍ମାହୁତି ଉଦ୍ୟମ। ଆଠଗଡ଼ ଅଂଚଳର 3 ଜଣ ଚାଷୀ ବିଧାନସଭା ସମ୍ମୁଖ ଫାଟକ ନିକଟରେ ଦେହରେ କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ କରୁଥିବାବେଳେ ପୋଲିସ ତାଙ୍କୁ କାବୁ କରି ନେଇଥିଲା। ଚାଷୀଙ୍କ ନାମରେ ତାଙ୍କ ଅଜାଣତରେ ଚାଷୀ ବୀମା ଟଙ୍କା କୋଅପରେଟିଭ ସୋସାଇଟି ରୁ ଋଣ ଉଠାଯାଇଛି। ଯାହାକୁ ବିରୋଧ କରି ସେମାନେ ଏଭଳି ଆତ୍ମାହୁତି ଉଦ୍ୟମ କରୁଥିବା କହିଛନ୍ତି। ଏ ନେଇ ବାରମ୍ବାର ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ମଧ୍ୟ ମନ୍ତ୍ରୀ ଶୁଣି ନ ଥିଲେ। ପୁରା ଘଟଣାରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପୁରା ସମ୍ପୃକ୍ତି ଥିବା ସେମାନେ ଅଭିଯୋଗ କରିଛନ୍ତି।