୫ ଦିନ ଯାଏଁ ଜାରି ଗ୍ରୀଷ୍ମ ଲହରୀ

ରାଜ୍ୟରେ ଆଗାମୀ ୫ ଦିନ ଯାଏଁ ଜାରି ରହିବ ଗ୍ରୀଷ୍ମଲହରୀ। ପାଗ ଅନୁକୂଳ ନଥିବାରୁ ଅଗ୍ରସର ହୋଇପାରୁନି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଆହୁରି ୩ରୁ ୪ ଦିନ ପର୍ଯ୍ୟନ୍ତ ମଧ୍ୟ ମୌସୁମୀ ଅଗ୍ରସର ହୋଇ ନ ପାରେ। ଫଳରେ ଆହୁରି ୫ ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ଚେତାବନୀ ଦେଇଛି। ୨ରୁ ୩ ଡିଗ୍ରୀ ଦିନ ତାପମାତ୍ରା ବଢ଼ିବା ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହୋଇପାରେ