ମୁଁହ ଖୋଲୁନି ସୁଶାନ୍ତ ସିଂ ରାଜପୁତଙ୍କ ରୋଷେୟା

ମୁଁହ ଖୋଲୁନି ସୁଶାନ୍ତ ସିଂ ରାଜପୁତଙ୍କ ରୋଷେୟା

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ପ୍ରାୟ ତିନି ମାସ ବିତି ଗଲାଣି । ତାଙ୍କ ମୃତ୍ୟୁର ରହସ୍ୟ ଖୋଲିବା ପାଇଁ ନିଜ ପରିବାର ଓ ଫ୍ୟାନ୍ସମାନଙ୍କ ତରଫରୁ ସିବଆଇ ତଦନ୍ତ ପାଇଁ ଅନୁରୋଧ କରାଯାଇଥିଲା । ବର୍ତ୍ତମାନ ସିବିଆଇ ଏହି କେସର ତଦନ୍ତ ଆରମ୍ଭ ମଧ୍ୟ କରିଛି । ଏହା ଭିତରେ ଧିରେ ଧିରେ ସୁଶାନ୍ତ ମୃତ୍ୟୁର ରହସ୍ୟ ଖୋଲୁଛି । କିଛି ମିଡିଆ ଚ୍ୟାନେଲଗୁଡିକର ଷ୍ଟ୍ରିଙ୍ଗ ଅପରେସନ ଦ୍ୱାରା ସୁଶାନ୍ତଙ୍କ ମୃତ୍ୟୁରେ ଜଡିତ ଥିବା ଲୋକଙ୍କ ବିଷୟରେ ପ୍ରଶ୍ନ ପଚରିବା ପରେ କିଛି ସତ ଜାଣିବାକୁ ମିଳିଛି । ଏହା ପରେ ଗତ କାଲି ସୁଶାନ୍ତଙ୍କ ମୃତ୍ୟୁ ଦିନ ଉପସ୍ଥିତ ଥିବାରୁ ତାଙ୍କ ରୋଷେୟା ନିରଜକୁ ମଧ୍ୟ ମିଡିଆ ଚ୍ୟାନେଲ ତାଙ୍କ ମୃତ୍ୟୁ ବିଷୟରେ ପଚରା ଉଚରା କରିଥିଲା କିନ୍ତୁ କ୍ୟାମେରାକୁ ଦେଖି ସେ ଦଉଡି ପଳାଇଥିଲା । ଯାହା ହତ୍ୟା କରାଯାଇଥିବାର ସନ୍ଦେହକୁ ବଢାଉଛି । ନିରଜ ଆଗରୁ କିଛି ନ୍ୟୁଜ ଚ୍ୟାନେଲକୁ ନିଜର ପ୍ରତିକ୍ରିୟା ଜଣାଇଥିଲା କିନ୍ତୁ ତାହାକୁ ଗ୍ରହଣ କରିବା ଯୋଗ୍ୟ ନଥିଲା । ବର୍ତ୍ତମାନ ସିବିଆଇ ରୋଷେୟା ନିଗରକୁ ନେଇ ଏହି ମାମଲାରେ ପ୍ରଶ୍ନ କରିବ ବୋଲି ଆଶା କରାଯାଉଛି ।