୩୦% କମିଲା ପ୍ରଥମରୁ ଦ୍ୱାଦଶ ସିଲାବସ୍‌

୩୦% କମିଲା ପ୍ରଥମରୁ ଦ୍ୱାଦଶ ସିଲାବସ୍‌

ମହାମାରୀ କରୋନା ପାଇଁ  ଦୀର୍ଘଦିନ ହେଲା ସ୍କୁଲ ଓ କଲେଜ ବନ୍ଦ ରହିଛି । ପିଲାମାନଙ୍କ ପାଠପଢ଼ା ହୋଇପାରୁ ନ ଥିବାରୁ ସିଲାବସ୍ ହ୍ରାସ କରାଯିବା ପାଇଁ ଅଭିଭାବକମାନେ ଦାବି କରିଆସୁଥିଲେ। ଫଳରେ ତିନଟି କମିଟିର ସୁପାରିସ୍ କ୍ରମେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସିଲାବସ୍ କୁ ୩୦ ପ୍ରତିଶତକୁ ହ୍ରାସ କରାଯାଇଥିବା ବୁଧବାର ଦିନ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ତେବେ ନୂଆ ସିଲାବସ୍ ବୋର୍ଡ, ସିଏଚଏସଇ ଓ ଏସସିଇଆରଟି ୱେବସାଇଟରେ ଉପଲବ୍ଧ ହେବ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି।