ଆଜି T-20 ବିଶ୍ଵକପ ଫାଇନାଲ

ଟି-୨୦ ବିଶ୍ୱକପ ଫାଇନାଲରେ ଆଜି ଭାରତ ଦକ୍ଷିଣ ଆଫ୍ରିକା ଟକ୍କର। ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା। ଉଭୟ ଟିମ ବର୍ତ୍ତମାନ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ଅଛନ୍ତି। ଦକ୍ଷିଣ ଆଫ୍ରିକା ପ୍ରଥମ ସେମି ଫାଇନାଲରେ ଆଫଗାନିସ୍ତାନକୁ ଏକତରଫା ଭାବେ ପରାସ୍ତ କରିଥିଲା। ସେହିପରି ଭାରତ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ହରାଇ ଫାଇନାଲକୁ ଆସିଛି। ଦକ୍ଷିଣ ଆଫ୍ରିକା କୌଣସି ବିଶ୍ୱକପରେ ପ୍ରଥମଥର ଫାଇନାଲକୁ ଯାଇଥିବା ବେଳେ ଭାରତ ଗୋଟିଏ ଦଶନ୍ଧି ହେଲା ଟ୍ରଫି ପାଇଁ ଅପେକ୍ଷା କରି ରହିଛି।