ପୋଲିସ ଓ ବ୍ୟାଙ୍କ ପ୍ରତିନିଧି ଙ୍କ ସହ ଆଲୋଚନା

ପୋଲିସ ଓ ବ୍ୟାଙ୍କ ପ୍ରତିନିଧି ଙ୍କ ସହ ଆଲୋଚନା

ଭୁବନେଶ୍ୱର: କମିଶନରେଟ୍ ପୋଲିସ ସହ ୨୫ଟି ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କ କର୍ମଚାରୀ ସହ ପୋଲିସ ସେବା ଭବନରେ ଆଲୋଚନା ହୋଇଛି। ବ୍ୟାଙ୍କ ଓ ଏଟିଏମ୍ ନିରାପତ୍ତା କୁ ଗୁରୁତ୍ବ ଦିଆଯିବା ସହ କିଛି ପ୍ରସ୍ତାବ ଦିଆଯାଇଥିବା କହିଛନ୍ତି ପୋଲିସ କମିଶନର। ବିଶେଷ କରି ସିକ୍ୟୁରିଟି ଓ ସିସିଟିଭି ଭିତ୍ତିଭୂମି କୁ ସଜାଡ଼ିବାକୁ ଗୁରୁତ୍ବ ଦିଆଯାଇଛି। ତେବେ ବ୍ୟାଙ୍କ ଓ ଏଟିଏମ୍ ରେ ହେଉଥିବା ଡକାୟତି ଓ ଲୁଟ୍ ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଛି। ପୋଲିସ ସହାୟତାରେ ଏସବୁ ମୁକାବିଲା କରିବାକୁ ଆଲୋଚନା ହୋଇଥିବା ବ୍ୟାଙ୍କ ପ୍ରତିନିଧି କହିଛନ୍ତି। ସିକ୍ୟୁରିଟି ଗାର୍ଡ ସହ ସାଇରନ, ସିସିଟିଭି ଓ ଆଲାର୍ମ ବ୍ୟବସ୍ଥାର ତର୍ଜମା ଓ ମରାମତି କରିବା ନେଇ ପୋଲିସ ପକ୍ଷରୁ ପ୍ରସ୍ତାବ ମିଳିଥିବା ସେ କହିଛନ୍ତି।