ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଦଳ ଘୋଷଣା

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଦଳ ଘୋଷଣା

ନୁଆଦିଲ୍ଲୀ: ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ପାଇଁ ବିସିସିଆଇ ଭାରତୀୟ ଦଳ ଘୋଷଣା କରିଛି। ବିସିସିଆଇ ସୂଚନା ଅନୁଯାୟୀ ଚୟନ କମିଟି ଭିଡିଓ କନଫରେନସିଂ ମାଧ୍ୟମରେ ତିନୋଟି ଫର୍ମାଟ ପାଇଁ ଖେଳାଳି ଚୟନ କରିଛି। ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ତିନୋଟି ଟି-ଟ୍ୱେଣ୍ଟି, ୩ଟି ଏକଦିବସୀୟ ଏବଂ ଚାରିଟି ଟେଷ୍ଟ ମ୍ୟାଚ୍ ଖେଳିବ। ଆହତ ହୋଇଥିବା କାରଣରୁ ବର୍ତ୍ତମାନ ପାଇଁ ରୋହିତ ଶର୍ମା ଓ ଇଶାନ୍ତ ଶର୍ମାଙ୍କୁ ଦଳରେ ସାମିଲ କରାଯାଇ ନାହିଁ। ବିସିସିଆଇ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛି।

ଟେଷ୍ଟ ଦଳ- ବିରାଟ କୋହଲି, ମୟଙ୍କ ଅଗ୍ରଓ୍ୱାଲ, ପୃଥ୍ୱୀ ଶ, କେଏଲ ରାହୁଲ, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ସୁଭମନ ଗିଲ, ରିଦ୍ଧିମାନ ଶାହ, ରଶଭ ପନ୍ତ, ଜସପ୍ରିତ ବୁମରାହ, ମହମ୍ମଦ ସାମି, ଉମେଶ ଯାଦବ, ନବଦୀପ ସୈନୀ, ଆର ଅଶ୍ୱିନୀ, ମହମ୍ମଦ ସିରାଜ ।

ଦିନିକିଆ ଦଳ- ବିରାଟ କୋହଲି, ଶିଖର ଧାଓ୍ୱନ, ଶୁଭମନ ଗିଲ, କେଏଲ ରାହୁଲ, ଶ୍ରେୟସ ଆୟାର, ମନିଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟ, ମୟଙ୍କ ଅଗ୍ରଓ୍ୱାଲ, ରବୀନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଜସପ୍ରିତ ବୁମରାହ, ମହମ୍ମଦ ସାମି, ନବଦୀପ ସୈନୀ, ଶର୍ଦ୍ଦୁଳ ଠାକୁର ।

ଟି୨୦ ଟିମ୍- ବିରାଟ କୋହଲି, ଶିଖର ଧାଓ୍ୱନ, କେଏଲ ରାହୁଲ, ଶ୍ରେୟସ ଆୟାର, ମନିଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟ, ମୟଙ୍କ ଅଗ୍ରଓ୍ୱାଲ, ରବୀନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଜସପ୍ରିତ ବୁମରାହ, ମହମ୍ମଦ ସାମି, ନବଦୀପ ସୈନୀ, ଦୀପକ ଚହର, ବରୁଣ ଚକ୍ରବର୍ତ୍ତୀ, ସଞ୍ଜୁ ସାମସନ ।