ଆରପାରିରେ ପ୍ରସିଦ୍ଧ ତେଲୁଗୁ ଅଭିନେତା ଜୟପ୍ରକାଶ ରେଡ୍ଡୀ

ଆରପାରିରେ ପ୍ରସିଦ୍ଧ ତେଲୁଗୁ ଅଭିନେତା ଜୟପ୍ରକାଶ ରେଡ୍ଡୀ

ଆରପାରିରେ ତେଲୁଗୁ ହାସ୍ୟ ଅଭିନେତା ଜୟ ପ୍ରକାଶ ରେଡ୍ଡୀ । ଆଜି ଆନ୍ଧ୍ରପ୍ରଦେଶ ଗୁଣ୍ଟୁରସ୍ଥିତ ତାଙ୍କ ବାସଭବନରେ ହୃତଘାତରେ ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା । ଅଭିନେତାଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ।

ଜୟ ପ୍ରକାଶ ରେଡ୍ଡୀ ତାଙ୍କର ଭିଲେନ୍ ଏବଂ କମେଡି ଭୂମିକା ପାଇଁ ଜଣାଶୁଣା । ତାଙ୍କର ବହୁଚର୍ଚ୍ଚିତ ଚଳଚ୍ଚିତ୍ରରେ ସମରସିମା ରେଡ୍ଡୀ, ପ୍ରେମିନଚୁକୁଣ୍ଡମ୍ ରା, ନରସିଂହ ନାଇଡୁ, ନୁଭୋଷ୍ଟାନାନେ ନେନୋଡାଣ୍ଟାନା, ଜୁଲାଇ, ରେଡ୍ଡୀ, କିକ୍, ଜୟାମ ମନାଡେରା, ଜାମ୍ବା ଲାକିଡି ପାମ୍ବା, ଅବୁନୁ ଭାଲିଦଦାର ଇସ୍ତାପାଦଡାରୁ, କବାଡି କବାଡି, ଇଭାଡି ଗୋଲା, ଭିଡିଡି ରହିଛି । ତାଙ୍କ ପରଲୋକରେ ତେଲୁଗୁ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି।

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡ଼ୁ ଜୟପ୍ରକାଶ ରେଡ୍ଡୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।