ମନ୍ଦିର ନନାଙ୍କୁ ମହଙ୍ଗା ପଡିଲା କାର ଚଲେଇବା ନିଶା । ନୂଆକାର ଧକ୍କାରେ ଅଟୋ ଚୁରମାର । ଏମିତି ଘଟଣା ଘଟିଛି ସତ୍ୟ ନଗର ବିଗ ବଜାର ସାମ୍ନାରେ ।

ମନ୍ଦିର ନନାଙ୍କୁ ମହଙ୍ଗା ପଡିଲା କାର ଚଲେଇବା ନିଶା । ନୂଆକାର ଧକ୍କାରେ ଅଟୋ ଚୁରମାର । ଏମିତି ଘଟଣା ଘଟିଛି ସତ୍ୟ ନଗର ବିଗ ବଜାର ସାମ୍ନାରେ ।

ଭୁବନେଶ୍ୱର: ଆଜି ସକାଳେ ଜଣେ ବ୍ୟକ୍ତି ନୂଆ କାର ପୂଜା କରିବା ପାଇଁ ବିଗ୍ ବଜାର ସାମ୍ନା ଶିବ ମନ୍ଦିରକୁ ଆସିଥିଲେ । ନନାଙ୍କୁ ପୂଜା ସାମଗ୍ରୀ ଧରାଇଦେଇ କାର ପୂଜା କରିବା ପାଇଁ କହିଥିଲେ । ନନା ଭୋଗ ସାମଗ୍ରୀ ଓ ଫୁଲ ଗାଡିରେ ଦେବା ପରେ , କାର ଚକାରେ ଲେମ୍ବୁ ଖଂଜି ଗାଡି ଚଳାଇବା ପାଇଁ ମାଲିକଙ୍କୁ କହିଥିଲେ । ହଠାତ ମନ କ’ଣ ହେଲା କେଜାଣି ମାଲିକ ନିଜେ ନ ଚଳାଇ ନନା ନିଜେ ଚଲାଇବା ପାଇଁ ମନ କରିଥିଲେ । ଏହା ପରେ କାରର ଚାବି ନେଇ ଡ୍ରାଇଭର ସିଟରେ ବସିଥିଲେ । ଚାବି ମୋଡି ଯେମିତି ଗିଅର ପକେଇଛନ୍ତି ବାଉଳାର ଆକ୍ସିଲେଟର ପ୍ୟାଡେଲକୁ ଜୋରରେ ଦବେଇ ଦେଲେ । ତା ପରେ କାରଟି ଅତି କ୍ଷିପ୍ର ଗତିର ଯାଇ ରାସ୍ତାରେ ଯାଉଥିବା ଏକ ଅଟୋକୁ ଖୁବ୍ ଜୋରରେ ଧକ୍କା ଦେଇଥିଲା । କାର ଧକ୍କାରେ ଅଟୋଟି ଲେଉଟିବା ସହ ଡ୍ରାଇଭର ତଳେ ପଡି ଯାଇଥିଲେ । ସୌଭାଗ୍ୟ ବସତଃ ତାଙ୍କର କୌଣସି ବଡ ଧରଣର କ୍ଷତି ହୋଇ ନ ଥିଲା । କିନ୍ତୁ ସ୍ଥାନୀୟ ଲୋକ ସାଙ୍ଗେ ଅଟୋ ଓ ଡ୍ରାଇଭରକୁ ଉଠାଇବା ସହ ଉଦ୍ଧାର କରିଥିଲେ । ତେବେ ଅଟୋଟି ସଂପୂର୍ଣ୍ଣ ଭାଙ୍ଗି ରୁଜି ଯାଇଛି । କିନ୍ତୁ ନନା ଜଣକ ବର୍ତ୍ତି ଯାଇଛନ୍ତି । ଲୋକେ ତାଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି ।