ରାଜ୍ୟରେ ଧର୍ମନୁଷ୍ଠାନ ଖୋଲିବା ଦାବିରେ ମନ୍ଦିର ସେବାୟତ ମହାସଂଘ ପକ୍ଷରୁ ବିଭିନ୍ନ ମନ୍ଦିର ସମ୍ମୁଖରେ ଘଣ୍ଟ ବାଡେଇ ପ୍ରତିବାଦ କଲେ ସେବାୟତ

ରାଜ୍ୟରେ ଧର୍ମନୁଷ୍ଠାନ ଖୋଲିବା ଦାବିରେ ମନ୍ଦିର ସେବାୟତ ମହାସଂଘ ପକ୍ଷରୁ ବିଭିନ୍ନ ମନ୍ଦିର ସମ୍ମୁଖରେ ଘଣ୍ଟ ବାଡେଇ ପ୍ରତିବାଦ କଲେ ସେବାୟତ

ଭୁବନେଶ୍ୱର : ଭୁବନେଶ୍ୱର ରାମମନ୍ଦିର ସମ୍ମୁଖରେ କୋଭିଡ ନିୟମ ଆଧାରରେ ଘଣ୍ଟ ବାଡେଇ ପ୍ରତିବାଦ କରିଛନ୍ତି। ଆଜିଠୁ 9 ଦିନ ପର୍ଯ୍ୟନ୍ତ ସକାଳ 9 ଟାରୁ 9 ମିନିଟ ଧରି ରାଜ୍ୟରେ ସବୁ ମନ୍ଦିର ସମ୍ମୁଖରେ ଏଭଳି ପ୍ରତିବାଦ କରାଯିବା ସହ ତା ପରେ ବି ଯଦି ସରକାର ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନ ନେଲେ ତେବେ ତା ପରେ ସ୍ଥିତି ଭୟଙ୍କର ହେବ ବୋଲି ମନ୍ଦିର ସେବାୟତ ସଂଘ ପକ୍ଷରୁ କୁହାଯାଇଛି। ବାରମ୍ବାର ଘଣ୍ଟ ବାଡେଇ ପ୍ରତିବାଦ କରିବା ସତ୍ତ୍ୱେ ମଧ୍ୟ ରାଜ୍ୟ ସରକାର ଶୁଣୁ ନଥିବାରୁ ସେବାୟତଙ୍କ ବଂଚିବା ଦୁର୍ବିସହ ହେଲାଣି ବୋଲି ସଂଘ ଅଭିଯୋଗ କରିଛି।