ଭୟଙ୍କର ଟ୍ରେନ୍ ଦୁର୍ଘଟଣା

ଶ୍ଚିମବଙ୍ଗରେ ସୋମବାର ସକାଳୁ ଘଟିଛି ଭୟଙ୍କର ଟ୍ରେନ୍ ଦୁର୍ଘଟଣା । କାଞ୍ଚନଜଙ୍ଘା ଏକ୍ସପ୍ରେସର ଏକ ମାଲଗାଡ଼ି ସହିତ ହୋଇଥିବା ଧକ୍କା ବାହନଗା ଦୁର୍ଘଟଣାକୁ ମନେ ପକାଇ ଦେଇଛି । ପ୍ରାଥମିକ ସୂଚନା ଅନୁସାରେ ଦାର୍ଜିଲିଂର ରଙ୍ଗାପାଣି ଷ୍ଟେଶନ ନିକଟରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ ସିଆଲଦା ଯାଉଥିବା କାଞ୍ଚନଜଙ୍ଘା ଏକ୍ସପ୍ରେସକୁ ମାଲଗାଡି ପଛରୁ ଧକ୍କା ମାରିଥିଲା । ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ଘଟିବା ସହ ୨୫ରୁ ଉର୍ଦ୍ଧ୍ୱ ଆହତ ହୋଇଥିବା ସୂଚନା ମିଳିଛି ।