ରାଜ୍ୟରେ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢିବାର କାରଣ ଆମ ରାଜ୍ୟରେ ଟେଷ୍ଟିଂ ଏବେ ବଢ଼ିଛି

ରାଜ୍ୟରେ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢିବାର କାରଣ ଆମ ରାଜ୍ୟରେ ଟେଷ୍ଟିଂ ଏବେ ବଢ଼ିଛି

ଭୁବନେଶ୍ୱର, ୨୧/୫ : ଟେଷ୍ଟିଂ ଅନୁଯାୟୀ ପିଜେଟିଭଟି ରେଟ ଅଧିକ ନାହିଁ । ଆମର 80 ପ୍ରତିଶତ ଫିଲପ ହୋଇଛି । 50 ପ୍ରତିଶତରୁ ଅଧିକ ଭେଣ୍ଟିଲେଟର ଫିଲପ ଅଛି । ତେଣୁ ବହୁତ କ୍ରିଟିକାଲ ଲୋକେ ଏବେ ମେଡ଼ିକାଲରେ ଅଛନ୍ତି । ସେ ଦୃଷ୍ଟିରୁ ମୃତ୍ୟୁ ସଂଖ୍ୟା ଏବେ ଟିକିଏ ବଢ଼ିବ । ଶେଷ 15 ରୁ 20 ଦିନକୁ ଦେଖିଲେ ଜାଣି ପାରିବେ ଯେ ମୃତ୍ୟୁ ସଂଖ୍ୟା କେତେ ବଢୁଛି । ଯେତିକି ରୋଗୀ ମେଡ଼ିକାଲରେ ଅଛନ୍ତି ସେମାନଙ୍କ ଭିତରେ କିଛି ସୁସ୍ଥ ହେବେ ନ ଚେତ କିଛି ମୃତ୍ୟୁ ବରଣ କରିବେ ।ସେହି ଅନୁପାତରେ ଏହି ମୃତ୍ୟୁ ସଂଖ୍ୟା ବଢିବାର ଆକଳନ କରାଯାଉଛି । ମେ ମାସ ଶେଷ ବେଳକୁ ରାଜ୍ୟରେ ସଂକ୍ରମଣ କମିବ ବୋଲି ଆମେ ଆଶା ରଖିଛୁ । ପ୍ରଥମ ଲହରରେ 18 ବର୍ଷ ତଳକୁ 10 ପ୍ରତିଶତ ଡେଥ ରହିଥିଲା । ବର୍ତ୍ତମାନ ବି ଯୁବ ବର୍ଗ ଅଧିକ ଆଫେକ୍ଟ ହେଉଛନ୍ତି । ଯେହେତୁ ଭ୍ୟାକ୍ସିନ ନଥିଲା ତେଣୁ ବର୍ତ୍ତମାନ ଡେଥ ରେଟ ଟା ବଢ଼ୁଛି । ଯେତେ ଶୀଘ୍ର ଆମେ ଭ୍ୟାକ୍ସିନେସନ ସାରିବା ସେହି ଅନୁପାତରେ ଡେଥ ରେଟ କମିବ । ଆମେ ଧୀରେ ଧୀରେ ଆଇସିୟୁ ବଢ଼ାଉଛୁ । ଆଜି ବି କିମ୍ସ ହସ୍ପିଟାଲରେ ଆଇସିୟୁ ବଢ଼ାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ବ୍ଲାକ ଫଙ୍ଗସ ଥିଲା ହ୍ଵାଇଟ ଫଙ୍ଗସ୍ ବି ରହିଥିଲା ତେଣୁ ଲୋକ ମାନେ ଭୟବିତ ନ ହୁଅନ୍ତୁ । ମେଲେରିଆ, ଟିଭି ଭଳି ବ୍ଲାକ ଫଙ୍ଗସ୍ କୁ କେବଳ ନୋଟିଫାଏବୋଲି ଡିଜିଜି ବୋଲି ଘୋଷଣା କରାଯାଇଛି । ସମସ୍ତ ନୋଟିଫାଏବୋଲି ଡିଜିଜି ମହାମାରୀ ନୁହେଁ । ଅର୍ଥାତ ଯେଉଁଠି ରୋଗୀ ଚିହ୍ନଟ ହେବେ ତୁରନ୍ତ ସରକାରଙ୍କୁ ଜଣାଇବେ । ଆମ ରାଜ୍ୟରେ 10 ଜଣ ଭିତରେ ବ୍ଲାକ ଫଙ୍ଗସ ସସପେଟ ଚିହ୍ନଟ ହୋଇଛନ୍ତି ।