ଭୁବନେଶ୍ୱର ରେ ଆରମ୍ଭ ହୋଇଛି ସାଇକେଲଗିରି

ଭୁବନେଶ୍ୱର ରେ ଆରମ୍ଭ ହୋଇଛି ସାଇକେଲଗିରି

ଭୁବନେଶ୍ୱର: ସାଇକେଲିଆଙ୍କୁ ଦିଅ ସମ୍ମାନ। ଏହି ଉଦ୍ଦେଶ୍ୟରେ ଭୁବନେଶ୍ୱର ରେ ଆରମ୍ଭ ହୋଇଛି ସାଇକେଲଗିରି। ବିଏମସି ଓ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ଆଜି ଆରମ୍ଭ ହୋଇଛି ସାଇକେଲ ଫର୍ ଚେଂଜ୍ ଚ୍ୟାଲେଞ୍ଜ। ସହରରେ ସାଇକେଲ ଚାଳନା କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏହି ପ୍ରୟାସ କରାଯାଇଛି। ବିଭିନ୍ନ ସ୍ବେଛାସେବୀ ମାନଙ୍କ ଦ୍ବାରା ଭୁବନେଶ୍ୱର ଶିଶୁଭବନ ଏକାମ୍ର ପ୍ଲାଜା ଠାରୁ ଧଉଳି ପର୍ଯ୍ୟନ୍ତ ପ୍ରାୟ ୧୨ କିଲୋମିଟର ସାଇକେଲ ରାଲିର ଆୟୋଜନ କରାଯାଇଥିଲା। ଡିସେମ୍ବର ୧୪ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ସପ୍ତାହକୁ ଗୋଟିଏ ଦିନ ସାଇକେଲ ଚାଳନା କରିବାକୁ ଲୋକ ମାନଙ୍କୁ ନିବେଦନ କରିଛନ୍ତି ବିଏମସି କମିଶନର। ଏହି ଅବସରରେ ୨୫ ଜଣ ପିୟର ଲିଡରଙ୍କୁ ସାଇକେଲ ଉପହାର ଦିଆଯାଇଥିଲା।